Before Header

ସମ୍ବଲପୁରରେ ବସିଛି ଶାନ୍ତି କମିଟି ବୈଠକ

0 104

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ଶାନ୍ତି ଫେରାଇବାକୁ ବସିଛି ଶାନ୍ତି କମିଟି ବୈଠକ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ ବସିଛି । ଏଥିରେ ସମ୍ବଲପୁର ସହରର ବିଭିନ୍ନ ପକ୍ଷ ଉପସ୍ଥିତ ଅଛନ୍ତି । ଜିଲ୍ଲାପାଳ, ଏସପି, ଏଡିଏମ ସେମାନଙ୍କ ସହ କଥା ହେଉଛନ୍ତି । କିଭଳି ସହର ସ୍ୱାଭାବିକ ହେବ, କୌଣସି ହିଂସା ନ ହେବ ସେ ନେଇ ସବୁ ପକ୍ଷ ନିଜର ମତ ଉପସ୍ଥାପିତ କରୁଛନ୍ତି । ଶାନ୍ତି ସ୍ଥାପନ ପାଇଁ ପ୍ରଶାସନ ସେମାନଙ୍କ ସହଯୋଗ ଚାହିଁଛି । ଅନ୍ୟପକ୍ଷରେ, ସମ୍ବଲପୁର ସହରକୁ ଯାଉଥିବା ବିଜେପି ନେତାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନାହିଁ ।

Leave A Reply

Your email address will not be published.