Masthead

ବାଇକ ଦୁର୍ଘଟଣାରେ ହୋମଗାର୍ଡ ମୃତ

ରେଢାଖୋଲ(ବଡ଼ ଖବର ବ୍ୟୁରୋ) : ଡ୍ୟୁଟି ସାରି ଘରକୁ ଫେରୁଥିଲେ ହୋମଗାର୍ଡ । ସବୁଦିନ ପରି ନିଜ ଡ୍ୟୁଟି ସାରି ବିଳମ୍ବିତ ରାତିରେ ଘରକୁ ଫେରିଥିବା ବେଳେ ଅଘଟଣ ଘଟିଲା । ଏକ ବାଇକ ପିଟି ଦେବାରୁ ଘଟଣାସ୍ଥଳରେ ହିଁ ଆଖି ବୁଝିଦେଲେ ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନାର ହୋମଗାର୍ଡ ସୁମିଦ ସେଠ ।

ଖବର ଅନୁଯାୟୀ, ଡ୍ୟୁଟି ସାରି ଗତ ରାତିରେ ହୋମର୍ଗାଡ ନିଜ ବାଇକରେ ଘରକୁ ଫେରୁଥିଲେ । ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ନିକଟରେ ଦୃତ ଗତିରେ ଆସୁଥିବା ଏକ ବାଇକ ସୁମିଦ ସେଠଙ୍କ ବାଇକକୁ ଧକ୍କା ଦେଇଥିଲ । ଫଳରେ ବାଇକଟି ଝିଟିକି ହୋଇ ପଡିଥିଲା । ସ୍ଥାନୀୟ ଲୋକଙ୍କ ଖବର ପରେ ଯୁଯୁମୁରା ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସୁମିଦଙ୍କୁ ମେଡିକାଲ ନେଇଯାଇଥିଲେ । ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ବାଇକ ଚାଳକଙ୍କ ସମ୍ବନ୍ଧରେ କୌଣସି ଖବର ମିଳୁପାରିନି । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ