Masthead

‘ବିରେନ ସିଂଙ୍କୁ ତୁରନ୍ତ ହଟାଯାଉ’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମଣିପୁର ମୁଖ୍ୟମମନ୍ତ୍ରୀ ଏନ ବିରେନ ସିହଙ୍କୁ ଟାର୍ଗେଟ କରିଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ଜିତେନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ଉଚିତ। ପ୍ରତିନିଧୀ ସଦସ୍ୟ ଭାବରେ ହିଂସା ପ୍ରଭାବିତ ମଣିପୁରକୁ ତିନି ଦିନିଆ ଗସ୍ତରେ ଆସିଥିବା ସିପିଆଇ (ଏମ୍) ର ତ୍ରିପୁରା ୟୁନିଟ୍ ସାଧାରଣ ସମ୍ପାଦକ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟରେ ଜାତି ହିଂସା ବିଭାଜନ ପାଇଁ ବିଜେପି-ଆରଏସଏସ ରଣନୀତିର ଏକ ଅଂଶ। ସେ କହିଛନ୍ତି ଯେ ମଣିପୁରରେ ହୋଇଥିବା ବିବାଦକୁ ଆମେ ଏକ ପୃଥକ ପରିସ୍ଥିତି ଭାବରେ ଦେଖୁନାହୁଁ । କିନ୍ତୁ ଲୋକଙ୍କ ମଧ୍ୟରେ ବିଭାଜନ ତଥା ଅବିଶ୍ୱାସ ସୃଷ୍ଟି କରିବା ପାଇଁ ବିଜେପି-ଆରଏସଏସର ସର୍ବ-ଭାରତ ରଣନୀତିର ଏକ ଅଂଶ ହୋଇଛି। ଏଭଳି ଘଟଣା ସବୁ ସ୍ଥାନରେ ଘଟୁଛି ।

ସେପଟେ ସିପିଆଇ (ଏମ୍) ଜାତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ କହିଛନ୍ତି ମଣିପୁର ସ୍ଥିତି ଚିନ୍ତାଜନକ। ଶାନ୍ତି ଆଣିବା ପରିବର୍ତ୍ତେ ରାଜ୍ୟରେ ସ୍ୱାଭାବିକତା ଫେରାଇ ଆଣିବାରେ ଫେଲ ମାରିଛନ୍ତି ସରକାର । ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ‘ମଣିପୁରରେ ପରିସ୍ଥିତି ଉପରେ ନଜର ରଖାଯିବ ବୋଲି କୁହାଯାଇଥିଲା କିନ୍ତୁ ବାସ୍ତବତା ବହୁତ ଅଲଗା । ବହୁ ପ୍ରଚାରିତ ଇସ୍ତଫା ନାଟକ ପରେ ବିରେନ ସିଂ ଏବେ ବି ଶାସନ କରୁଛନ୍ତି। ସେ କହିଛନ୍ତି ମଣିପୁରରେ ବିଜେପି ନେତୃତ୍ୱାଧୀନ ସରକାରକୁ ବରଖାସ୍ତ କରିବାକୁ ଆମେ ଦାବି କରୁନାହୁଁ, ବରଂ ବିରେନ ସିଂଙ୍କୁ ତୁରନ୍ତ ହଟାଇବାକୁ ଦାବି କରୁଛୁ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା