Before Header

‘ବିରେନ ସିଂଙ୍କୁ ତୁରନ୍ତ ହଟାଯାଉ’

0 25

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମଣିପୁର ମୁଖ୍ୟମମନ୍ତ୍ରୀ ଏନ ବିରେନ ସିହଙ୍କୁ ଟାର୍ଗେଟ କରିଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ଜିତେନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ଉଚିତ। ପ୍ରତିନିଧୀ ସଦସ୍ୟ ଭାବରେ ହିଂସା ପ୍ରଭାବିତ ମଣିପୁରକୁ ତିନି ଦିନିଆ ଗସ୍ତରେ ଆସିଥିବା ସିପିଆଇ (ଏମ୍) ର ତ୍ରିପୁରା ୟୁନିଟ୍ ସାଧାରଣ ସମ୍ପାଦକ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟରେ ଜାତି ହିଂସା ବିଭାଜନ ପାଇଁ ବିଜେପି-ଆରଏସଏସ ରଣନୀତିର ଏକ ଅଂଶ। ସେ କହିଛନ୍ତି ଯେ ମଣିପୁରରେ ହୋଇଥିବା ବିବାଦକୁ ଆମେ ଏକ ପୃଥକ ପରିସ୍ଥିତି ଭାବରେ ଦେଖୁନାହୁଁ । କିନ୍ତୁ ଲୋକଙ୍କ ମଧ୍ୟରେ ବିଭାଜନ ତଥା ଅବିଶ୍ୱାସ ସୃଷ୍ଟି କରିବା ପାଇଁ ବିଜେପି-ଆରଏସଏସର ସର୍ବ-ଭାରତ ରଣନୀତିର ଏକ ଅଂଶ ହୋଇଛି। ଏଭଳି ଘଟଣା ସବୁ ସ୍ଥାନରେ ଘଟୁଛି ।

ସେପଟେ ସିପିଆଇ (ଏମ୍) ଜାତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ କହିଛନ୍ତି ମଣିପୁର ସ୍ଥିତି ଚିନ୍ତାଜନକ। ଶାନ୍ତି ଆଣିବା ପରିବର୍ତ୍ତେ ରାଜ୍ୟରେ ସ୍ୱାଭାବିକତା ଫେରାଇ ଆଣିବାରେ ଫେଲ ମାରିଛନ୍ତି ସରକାର । ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ‘ମଣିପୁରରେ ପରିସ୍ଥିତି ଉପରେ ନଜର ରଖାଯିବ ବୋଲି କୁହାଯାଇଥିଲା କିନ୍ତୁ ବାସ୍ତବତା ବହୁତ ଅଲଗା । ବହୁ ପ୍ରଚାରିତ ଇସ୍ତଫା ନାଟକ ପରେ ବିରେନ ସିଂ ଏବେ ବି ଶାସନ କରୁଛନ୍ତି। ସେ କହିଛନ୍ତି ମଣିପୁରରେ ବିଜେପି ନେତୃତ୍ୱାଧୀନ ସରକାରକୁ ବରଖାସ୍ତ କରିବାକୁ ଆମେ ଦାବି କରୁନାହୁଁ, ବରଂ ବିରେନ ସିଂଙ୍କୁ ତୁରନ୍ତ ହଟାଇବାକୁ ଦାବି କରୁଛୁ।’

Leave A Reply

Your email address will not be published.