Masthead

ଭରସା ବ୍ରାହ୍ମଣୀ ନଦୀର ଦୂଷିତ ଜଳ

ଭୁବନ (ବଡ଼ ଖବର ବ୍ୟୁରୋ): ପାନୀୟ ଜଳ ପାଇଁ ଡହଳବିକଳ ଗ୍ରାମବାସୀ । ୧୫ ଦିନ ହେଲା ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଗ୍ରାମବସୀଙ୍କ ଶୋଷ ମେଣ୍ଟାଉଛି ଗ୍ରାମରୁ ଦୁଇ କି.ମି ଦୂରରେ ଥିବା ବ୍ରାହ୍ମଣୀ ନଦୀର ଦୂଷିତ ଜଳ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଭୂଷଳ ଗ୍ରାମ ତଳସାହିରେ । ଗ୍ରାମରେ ୧୨୦ଟି ପରିବାର ବସବାସ କରନ୍ତି । ୩ ରୁ ୪ ବର୍ଷ ହେବ ଦଶ ହଜାର କ୍ଷମତା ବିଶିଷ୍ଠ ସ୍ବଜଳ ଧାରା ପ୍ରକଳ୍ପରେ ଓଭର ହେଡ ଟାଙ୍କି ନିର୍ମାଣ କରାଯାଇଛି। ଗ୍ରାମବାସୀମାନେ ପାନୀୟ ଜଳ ସୁଚାରରୂପେ ପାଉଥିଲେ ।

କିନ୍ତୁ ୧୫ ଦିନ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ । ଏହି ପ୍ରକଳ୍ପଟି ନିର୍ମାଣ ହେବା ସମୟରେ ଗ୍ରାମର ପୂର୍ବତନ ସଂପାଦକ ସତ୍ୟାନନ୍ଦ ସାହୁଙ୍କ ନାମରେ ବିଦ୍ୟୁତ ବିଲ କରାଯାଇଥିଲା । ସ୍ବଜଳ ଧାରା ବିଲ ସତ୍ୟାନନ୍ଦଙ୍କ ନାମରେ ଆସୁଥିଲା । ସେ ଅଦ୍ୟାବଧି ପଞ୍ଚାୟତକୁ ହସ୍ତାନ୍ତର କରିନାହାନ୍ତି। ତେଣୁ ତାଙ୍କ ଉପରେ ୪ ଲକ୍ଷରୁ ଅଧିକ ଟଙ୍କାର ବିଲ ବାକି ପଡିରହିଛି । ବିଲ ପଇଠ ନକରିବାରୁ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି। ତଳସାହି ବାସିନ୍ଦା ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ନଦୀର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି ।

କରୋନା ମହାମାରୀ ଯୋଗୁଁ ରୋଜଗାର ବନ୍ଦ ଥିବାରୁ ଗ୍ରାମବାସୀଙ୍କ ପକ୍ଷରେ ବିଦ୍ୟୁତ ବିଲ ଦେବା ସମ୍ଭବ ପର ନୁହେଁ । ଯଦି ବିଦ୍ୟୁତ ବିଭାଗ ପ୍ରତି ମାସରେ ବିଲ୍ ଆଦାୟ କରି ନେଇଥାଆନ୍ତେ ତେବେ ଏପରି ଦୃଶ୍ୟ ଦେଖିବାକୁ ପଡିନଥାନ୍ତା । ଗ୍ରୀଷ୍ମଋତୁରେ ଲୋକମାନଙ୍କର ପାନୀୟ ଜଳ ସମସ୍ୟା ଯେମିତି ଦେଖା ନଦିଏ ସେଥିପାଇଁ ସରକାର ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହିତ ବିଚାର ନକରି ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଛିର୍ଣ୍ଣ କପରି କଲା ତାହା ତଦନ୍ତ ସାପେକ୍ଷ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ