Masthead

କେତେ ଦିନ ସୁରକ୍ଷା ଦେବ କରୋନା ଟିକା?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ କେତେ ଦିନ ଟିକାର ପ୍ରଭାବ ରହିବ । ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ଟିକାର ପ୍ରଭାବ ଦିନେ ନା ଦିନେ ଫିକା ପଡ଼ିଯିବ କିନ୍ତୁ ଏହା କେତେ ଦିନ ଯାଏ କାଏମ ରହିବ ସେନେଇ ବିଶେଷଜ୍ଞମାନେ କିଛି ବି ନିଶ୍ଚିତ କରି କହି ପାରୁ ନାହାନ୍ତି । ତେବେ ଶୀତ ଋତୁରେ ଟିକା ନେଇଥିବା ଲୋକଙ୍କ ଠାରେ ପ୍ରଥମ ଲହର ଶେଷ ହେବା ଯାଏ ଟିକା କାଏମ ରହିବ ଓ ଏହା ମଧ୍ୟରେ ଟିକାର ଏକ ପରିବର୍ଦ୍ଧକ ମାତ୍ରା ଆସି ସାରିଥିବ ବୋଲି ଆଶା କରାଯାଉଥିଲା । ଯେଉଁଥିପାଇଁ ଶରୀରରେ କେତେ ପ୍ରତିଶତ ଆଣ୍ଟିବଡି ବିକଶିତ ହେଲା ,ସେ ନେଇ ବହୁ ଲୋକ ନମୁନା ପରୀକ୍ଷା କରିବାକୁ ମନ ବଳାଇଥିଲେ ।

କିନ୍ତୁ କୌଣସି କର୍କଟ ପୀଡ଼ିତ କିମ୍ବା ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ,ସେମାନଙ୍କ ପାଇଁ ଏହା ଏତେ ସହଜ ନଥିଲା । କିନ୍ତୁ ବର୍ତ୍ତମାନ ଏହା ସହଜ ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି । ଏହାରି ମଧ୍ୟରେ ଅନ୍ୟ ଏକ ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ପରୀକ୍ଷଣରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଶରୀରରେ କେତେ ଦିନ ଟିକାର ପ୍ରଭାବ ରହିବ ସେଭଳି କୌଣସି ନିର୍ଦ୍ଦିଷ୍ଟ ଭାବେ ପୂର୍ବାନୁମାନ କରି ହେଉନି । ପ୍ରତିଟି କୋଭିଡ଼ ଟିକା ୬ମାସ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ପାରିବ । ମାତ୍ର ଏହି ୬ମାସ ପରେ ଏହା କେତେ ସୁରକ୍ଷା ଆଉ କେତେ ଦିନ ରହିବ ତାହା କହିବା ଅସମ୍ଭବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ