Masthead

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ହେଉଛନ୍ତି ଖଜୁରିଗୁଡା ଗ୍ରାମର ଦାସ ଖେମୁଡି । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଖଜୁରିଗୁଡା ଗାଁରେ ପହଞ୍ଚି ଦାସ ଖେମୁଡିଙ୍କୁ ହତ୍ୟା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ନକ୍ସଲ ମାନେ ବିଏସଏଫ ଜବାନଙ୍କୁ ଟାର୍ଗେଟ କରି ଗତକାଲି ଗୋରାସେତୁ ଗାଁ ନିକଟରେ ଲେଣ୍ଡମାଇନ ଲଗାଇଥିଲେ । ହେଲେ ଜବାନମାନେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ ମଧ୍ୟ କରିଥିଲେ । ହେଲେ ନକ୍ସଲ ପନ୍ଥିଙ୍କ ଲେଣ୍ଡମାଇନ ସଂପର୍କରେ ଦାସ ଖେମୁଡି ପୋଲିସକୁ ଖବର ଦେଇଥିବା ନକ୍ସଲମାନଙ୍କ ପକ୍ଷରୁ କୁହାଯାଇଛି । ଘଟଣା ସ୍ଥଳରେ ବିଏସଏଫ ଜବାନ ପହଞ୍ଚି କୁମିଂ ଅପରେସନ ଆରମ୍ଭ କରିଥିବା ବେଳେ ଜୋଡାମ୍ବ ପୋଲିସ ମୃତ ଦେହ ଉଦ୍ଧାରକରି ଶବ ବ୍ୟବଛେଦ ପାଇଁ ପଠାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା