Masthead

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ । ଭାରତ-ପାକିସ୍ତାନ ଟେନସନ୍‌ ମଧ୍ୟରେ ଲାହୋରରେ ବିସ୍ଫୋରଣ । ଏକାଧିକ ସ୍ଥାନରେ ସିରିଜ ବିସ୍ଫୋରଣ ହୋଇଥିବା ସୂଚନା । ବାଲ୍ଟନ ରୋଡ୍‌, ଗୋପାଲନଗରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ । ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଆଜି ସକାଳୁ ପାକିସ୍ତାନ ସେନା ଗାଡି ଉପରେ ବଡ ଆଇଇଡି ଆକ୍ରମଣ କରିଛି ବଲୁଚିସ୍ତାନ୍ । ଭାରତର ଏୟାର ଷ୍ଟ୍ରାଇକକୁ କେଇ ଘଣ୍ଟା ବିତିନଥିବା ବେଳେ ପାକିସ୍ତାନ ଲାହୋରରେ ୩ଟି ବଡ ବିସ୍ଫୋରଣ ହୋଇଛି । ଲାହୋରର ବ୍ଲାଟନ ରୋଡ୍‌ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ୩ଟି ବଡ ବିସ୍ଫୋରଣ ପରେ ଲାହୋରରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି ।

ଇସଲାମାବାଦ ଏୟାରପୋର୍ଟ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ୩ଟି ସ୍ଥାନରେ ମିସାଇଲ୍ ମାଡ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆକ୍ରମଣ କିଏ କରିଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ସେପଟେ, ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ୧୦ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ ସୂଚନା ମିଳିଛି । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବିଏଲଏ । ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ହୋଇଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା