ସଂସଦ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଲାଣି ୫୩.୮୫ କୋଟି, କିନ୍ତୁ ସପ୍ତାହେ ମଧ୍ୟରେ ମାତ୍ର ୧୨ଘଣ୍ଟା ପାଇଁ ଚାଲିଛି ଗୃହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ସରିବାକୁ ଯାଉଛି । ପେଗାସସ, କୃଷି ଆଇନ, ମହଙ୍ଗା କୁ ନେଇ ଶାସକ-ବିରୋଧୀ ତାତି ଥମିବାର ନାଁ ନେଉନି । ଗୃହରେ ହଟ୍ଟଗୋଳ ବି ଜାରି ରହିଛି । ତେବେ ଜୁଲାଇ ୧୯ରୁ ଆରମ୍ଭ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ । ଆଉ ଏବେ ମଧ୍ୟରେ କେବଳ ୯ ଦିନ ହିଁ ଚାଲି ପାରିଛି ସଂସଦ । ଆଉ ଗତ ୭ ଦିନ ମଧ୍ୟରେ ସଂସଦ ମାତ୍ର ୧୨ ଘଣ୍ଟା ପାଇଁ ଚାଲିଛି ।

ଗତ ସପ୍ତାହ ମଧ୍ୟରେ ଲୋକସଭା ମାତ୍ର ୪ଘଣ୍ଟା ପାଇଁ ସଂସଦ ସୁରୁଖୁରୁରେ ଚାଲିପାରିଥିବା ବେଳେ ରାଜ୍ୟସଭା କେବଳ ୮.୨ ଘଣ୍ଟା ପାଇଁ ସୁରୁଖୁରୁରେ ଚାଲିଛି । ହଟ୍ଟଗୋଳ ପାଇଁ ଲୋକସଭାକୁ ଏକ ସପ୍ତାହ ଭିତରେ ୩୮ଘଣ୍ଟା ପାଇଁ ମୁଲତବୀ କରାଯାଇଥିବା ବେଳେ ରାଜ୍ୟସଭାକୁ ୩୩.୮ଘଣ୍ଟା ପାଇଁ ମୁଲତବୀ କରାଯାଇଛି । ସଂସଦର ୧ଘଣ୍ଟା କାର୍ଯ୍ୟକାଳ ପାଇଁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ । ଆଉ ଏହି ସପ୍ତାହେ ମଧ୍ୟରେ ୫୩.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସଂସଦ ଠିକରେ ଚାଲିପାରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’