Masthead

ମଧ୍ୟସ୍ଥତା ପ୍ରସ୍ତାବ ଦେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା । ପରସ୍ପରକୁ ଆକ୍ରମଣ ବନ୍ଦ କରିବାକୁ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ‘ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି’ । ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ-ପାକିସ୍ତାନକୁ ଅପିଲ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପରିସ୍ଥିତି “ଅତ୍ୟନ୍ତ ଗମ୍ଭୀର” । ଆଶା କରୁଛୁ ଯେ ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ଏକ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଦରକାର। ପାକିସ୍ତାନ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବୟାନ ଆସିଛି । ପାକିସ୍ତାନର ବାହାବଲପୁର ସମେତ ଜୈଶ-ଏ-ମହମ୍ମଦର ଆଡ୍ଡାସ୍ଥଳୀ ଥିବା ଅନେକ ଅଞ୍ଚଳରେ ଭାରତୀୟ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଥିଲା। ଏହି ସମୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଭାରତ ଏବଂ ପାକିସ୍ତାନକୁ ସର୍ବାଧିକ ସାମରିକ ସଂଯମତା ଅବଲମ୍ବନ କରିବାକୁ ଅପିଲ୍ କରିଛନ୍ତି। ତାଙ୍କ ମୁଖପାତ୍ର କହିଛନ୍ତି ଯେ ବିଶ୍ୱ ଭାରତ-ପାକିସ୍ତାନ ମଧ୍ୟରେ ଏକ ସାମରିକ ସଂଘର୍ଷ ବେଶି ଦିନ ଚାଲିବା ଠିକ୍ ନୁହେଁ ।

ସେପଟେ ଅପରେସନ୍‌ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଉଭୟ ଭାରତ ଓ ପାକିସ୍ତାନ ସହ ତାଙ୍କ ସମ୍ପର୍କ ଭଲ । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବନ୍ଦ ହେଉ । ଦୁଇ ଦେଶ ଉତ୍ତେଜନା ନବଢାଇକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଯଦି ଏହି ପ୍ରସଙ୍ଗରେ ସେ କିଛି କରିପାରିବେ ତେବେ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଭାରତ ଓ ପାକିସ୍ତାନ ଉଭୟ ସହିତ ଭଲ ସମ୍ପର୍କ ରହିଛି । ଯଦି ସେ କୌଣସି ପ୍ରକାରେ ସାହାଯ୍ୟ କରିପାରିବେ, ତେବେ ସେ ତୁରନ୍ତ ତାହା କରିବାକୁ ପ୍ରସ୍ତୁତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ