Masthead

୧୦୦ଦିନର ରିଲେ ଅନଶନ ପରେ କ’ଣ ମିଳିଲା

ରେଙ୍ଗାଲି (ବଡ଼ ଖବର ବ୍ୟୁରୋ): କର୍ମଜୀବୀ ଏକତା ସଂଗଠନ ପକ୍ଷରୁ ଗତ ୧୦ ଅଗଷ୍ଟରୁ ଚାଲିଥିବା ରିଲେ ଅନଶନ ୧୦୦ ତମ ଦିନରେ ପହଞ୍ଚିଛି । ସ୍ଥାନୀୟ ନିଯୁକ୍ତି ଦାବିରେ ଗତକାଲି କର୍ମଜୀବୀ ଏକତା ସଙ୍ଗଠନ ନେତୃତ୍ୱରେ ଏନ୍ଏଲସି କମ୍ପାନୀର କୋଇଲା ପରିବହନକୁ ବନ୍ଦ କରାଯାଇଥିଲା । ଏହି ବିବାଦର ସମାଧାନ କରିବାକୁ ଯାଇ ମଙ୍ଗଳବାର ସକାଳେ ରେଙ୍ଗାଲି ତହସିଲ ଅଫିସର ସଭାଗୃହରେ ତହସିଲଦାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ବୈଠକ । ଜମିହରାମାନଙ୍କ ଉପସ୍ଥିତିରେ ସ୍ଥାୟୀ ନିଯୁକ୍ତି ସମ୍ବନ୍ଧରେ ହୋଇଥିଲା ଆଲୋଚନା ।

ଉକ୍ତ ବୈଠକରେ ରେଙ୍ଗାଲି ବିଧାୟକ ନାଉରୀ ଚନ୍ଦ୍ର ନାୟକ, ଖିଣ୍ତା ସରପଞ୍ଚ ନୀଳାବତୀ ଓରାମ, ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡେଞ୍ଜା, ସାଂସଦ ପ୍ରତିନିଧି ଯୁଗଳ କିଶୋର ଅଗ୍ରୱାଲ, କର୍ମଜୀବୀ ଏକତା ସଂଗଠନର ଆବାହକ ହେମନ୍ତ କୁମାର ପାଣ୍ତେ, ଠେଲକୋଲୋଇ ଥାନା ଆଇଆଇସି ପ୍ରକାଶ କୁମାର କର୍ଣ୍ଣ, ଏନଏଲସିଆଇଏଲ୍ ସିଜିଏମ ସୁରେଶ ଚନ୍ଦ୍ର ସୁମନ, ଏନ୍ଏଲସିଆଇଏଲର ମାନବ ସମ୍ବଳ ଅଧିକାରୀ ସୁବ୍ରତ କୁମାର ବିଶ୍ୱାଳ ଏବଂ ଟିଓଏମପିଏଲ୍ ପ୍ରକଳ୍ପ ମୁଖ୍ୟ ପ୍ରସନ୍ନ କୁମାର ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତଙ୍କ ସହମତିରେ ତଲାବିରା ୨ ଓ ୩ କୋଇଲାଖଣିରେ କାର୍ଯ୍ୟରତ ସମସ୍ତ ୧୩୭ ଜଣ ଜମିହରାମାନଙ୍କୁ ଆଗାମୀ ୨୧ ଦିନ ମଧ୍ୟରେ ଆଦାନୀ କମ୍ପାନୀ ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରାଯିବ । କୋଇଲା ପରିବହନ ପାଇଁ ଆବଶ୍ୟକ ୱେବବ୍ରିଜ ଅପରେଟର କିମ୍ବା ଅନୁସାଙ୍ଗିକ ପଦବୀଗୁଡିକ ଜମିହରାମାନଙ୍କୁ ଯୋଗ୍ୟତା ଭିତ୍ତିରେ ତୁରନ୍ତ ନିଯୁକ୍ତି ଦେବା ପାଇଁ କମ୍ପାନୀ ଅଧିକାରୀ ରାଜି ହୋଇଥିଲେ । ତଲାବିରା ୨ ଓ ୩ କୋଇଲାଖଣିରେ ଆଗାମୀ ଦିନରେ ଆବଶ୍ୟକ ପଦବୀଗୁଡିକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଭିତ୍ତିରେ ଜମିହରାମାନଙ୍କୁ ଯୋଗାଇ ଦିଆଯିବ । ଆଗାମୀ ଦିନରେ ଆଦାନୀ ଓ ଟିଓଏମପିଏଲ୍ କମ୍ପାନୀରେ ଖାଲି ହେବାକୁ ଥିବା ପଦବୀଗୁଡିକ ଅତିକମରେ ମାସେ ପୂର୍ବରୁ ଖିଣ୍ତା ପଞ୍ଚାୟତ ଅଫିସ ଓ ରେଙ୍ଗାଲି ତହସିଲ କାର୍ଯ୍ୟାଳୟକୁ ଲିଖିତ ଭାବରେ ଅବଗତ କରାଯିବ । ଜମିହରାମାନଙ୍କ ନୂତନ ତାଲିକା ପ୍ରସ୍ତୁତ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ଥାବ ଗ୍ରହଣ କରାଯାଇଥିଲା ।

କର୍ମଜୀବୀ ଏକତା ସଂଗଠନ ତରଫରୁ ଦୀର୍ଘଦିନରୁ ଚାଲିଥିବା ଧାରଣାକୁ ସାମୟିକ ଭାବରେ ସ୍ଥଗିତ ରଖିବା ପାଇଁ ତହସିଲଦାର ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧକୁ ସମ୍ମାନ ଜଣାଇ ରେଙ୍ଗାଲି ବିଧାୟକ ଏବଂ ଖିଣ୍ତା ସରପଞ୍ଚଙ୍କ ଉପସ୍ଥିତିରେ ଜଟିଆପିପଲ ଠାରେ ଚାଲୁଥିବା ରିଲେ ଅନଶନକୁ ସ୍ଥଗିତ ରଖାଯାଇଛି ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ