Masthead

ମାଟିତଳୁ ବିସ୍ଫୋରକ ଜବତ

ମାଲକାନଗିରି,(ବଡ଼ ଖବର ବ୍ୟୁରୋ): ଲାଲଗଡ଼ରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଭୁଷୁଡିବାରେ ଲାଗିଛି ମାଓବାଦୀଙ୍କ ସାମ୍ରାଜ୍ୟ । ଏକଦା ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗଥିବା ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରଠାରୁ ମାଓ ସଂଗଠନ ଭୁଷିଡିବାରେ ଲାଗିଛି । ଆଜି କୁମ୍ବିଂ ବେଳେ ମାଟିତଳେ ଲୁଚାଯାଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷା କର୍ମୀ । ଆଜି ସ୍ୱାଭିମାନ ଅଞ୍ଚଳର ମୁକୁଦିପାଲ୍ଲୀ, ଗୁରାସେତୁ, ବେଜିଙ୍ଗି, ଜମ୍ପଲୁର ଓ ପାରଲୁବନ୍ଧ ଗ୍ରାମରେ ବିଏସଏଫ- ଡିଭିଏଫ ବାହିନୀର ମିଳିତ କୁମ୍ବିଂ ବେଳେ ଗୁଇନ୍ଦା ସୂଚନା ଆଧାରଣରେ ମାଟିତଳୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବଷ୍ଫୋରକ ଜବତ କରାଯାଇଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ବନ୍ଧୁକ, ଗୋଟିଏ କ୍ଲାଟିମର ବୋମା, କୋଡେକ୍ସ କେବୁଲ, ୮ଟି ଡିଟୋନେଟର, ୪୦କେଜିର ଅକ୍ସିଜେନ ସିଲିଣ୍ଡର, ଅନେକ ବିସ୍ଫୋରକ ସାମଗ୍ରୀ ରହିଛି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ମାଓବାଦୀ ଏହି ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା କହଛନ୍ତି ମାଲକାନଗିରି ଏସପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ