ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ ଭୁଲିଗଲେ ସରକାର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ମହାନଦୀ ଜଳ ବିବାଦ ଏବେ ଚରମସୀମାରେ । ଟ୍ରିବ୍ୟୁନାଲ ଟିମ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡ଼ରେ ପହଞ୍ଚ କଲମା ଅଞ୍ଚଳ ବୁଲିଛନ୍ତି । ଏଣେ ଏହାକୁ ନେଇ ଓଡ଼ିଶାରେ ରାଜନୀତି ଜୋର ଧରିଛି ।  ମହାନଦୀ ଆମର ଜୀବନ ଧାରା । କଲମାରେ ଛତିଶଗଡ଼ ଯେବେ ବ୍ୟାରେଜ କଲା, କେନ୍ଦ୍ର ସରକାର ଚୁପ୍ ରହିଲେ । ଏବେ କଲମା ଅଞ୍ଚଳ ଓ ବ୍ୟାରେଜ ପରିଦର୍ଶନ କରୁଛି ଟ୍ରିବୁ୍ୟନାଲ ଟିମ୍ । ଛତିଶଗଡ଼ର ବେଆଇନ କାମକୁ ସୁଧାରିବା ପାଇଁ ପରାମର୍ଶ ଦେବେ । ଓଡ଼ିଶା ପ୍ରତି ନ୍ୟାୟ କରିବେ ବୋଲି ବିେଜେଡି ଆଶା କରିଛି । କେନ୍ଦ୍ର ସରକାର ଛତିଶଗଡ଼ ସ୍ୱାର୍ଥ ଦେଖୁଥିବା ବେଳେ ଓଡିଶାର ସ୍ୱାର୍ଥ ପ୍ରତି ଆଖି ବୁଝି ଦେବା କେଉଁ ସଂଘୀୟ ବ୍ୟବସ୍ଥାରେ ଅଛି ବୋଲି ପ୍ରଶ୍ନ କରିଛି ବିଜେଡି ।   ତେଣେ ବିଜେପି କହିଛି ୨୦୧୯ ପରେ ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ ଭୁଲିଗଲେ ସରକାର। ୨୦୨୪ ନିର୍ବାଚନ ଥିବାରୁ ସରକାରୀ ଦଳ ଡ୍ରାମା କରୁଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଦାବି କରିଥିଲା ବିଜେପି। ନ୍ୟାୟ ଯୁଦ୍ଧ ପାଇଁ ଲମ୍ବା ସମୟ ଲାଗିବ। ୨୦-୨୫ ବର୍ଷ ଲାଗିପାରେ। କିନ୍ତୁ ଟ୍ରିବୁନାଲ କଥା କହିଲେ ସରକାର। ଏବେ ସେହି ଟ୍ରିବୁନାଳ ଉପରେ ସରକାରଙ୍କ ଭରସା ପାଉନି। କଂଗ୍ରେସ ମଧ୍ୟ ମହାନଦୀ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।  ମହାନଦୀ ପାଣିକୁ ନେଇ ଚାଳିଛି ନ୍ୟାୟିକ ଲଢେଇ । ଏଇ ଲଢେଇର ଅନ୍ତ କେବେ ଓ ଓଡ଼ିଶାବାସୀ କେବେ ଅଣମୌସୁମୀରେ ପାଣି ପାଇବେ ତା’କୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ