Masthead

୧୨.୫ କିଲୋ ସୁନା-ରୂପାରେ ତିଆରି ହୋଇଛି ଶ୍ରୀରାମଙ୍କ ଚରଣ ପାଦୁକା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏବେ ସମସ୍ତଙ୍କର ଅପେକ୍ଷା । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଭବ୍ୟ ସମାରୋହ । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ସମୟରେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ସଂଗଠନ ଅଯୋଧ୍ୟା ଭାଗ୍ୟନଗର ସୀତା ରାମ ଫାଉଣ୍ଡେସନ ପ୍ରଭୁଙ୍କ ପାଇଁ ୧.୦୩ କୋଟି ଟଙ୍କା ଚରଣ ପାଦୁକା ଉପହାର ଦେଇଛନ୍ତି ।

ପ୍ରଭୁ ଶ୍ରୀ ରାମଙ୍କ ଚରଣ ପାଦୁକାର ଗୋଟିଏ ହଳ ଅଯୋଧ୍ୟାରେ ପହଁଚି ସାରିଛି । ଏହାର ଅନ୍ୟ ଏକ ହଳ ଭକ୍ତମାନେ ଏକ ପବିତ୍ର ସ୍ଥାନରୁ ପଦ ଯାତ୍ରା କରି ଆଣିବେ । ୧୨.୫ ଇଞ୍ଚ ଲମ୍ବା, ୫.୫ ଇଞ୍ଚ ଚଉଡା ଏବଂ ୧ ଇଞ୍ଚ ମୋଟାର ଶ୍ରୀରାମ ଚରଣ ପାଦୁକା ୧୨.୫ କିଲୋ ସୁନା-ଚାନ୍ଦି-ତମ୍ବା,ପିତଳ ଏବଂ ସ୍ୱଚ୍ଛ କାଚ ଧାତୁରେ ତିଆରି ହୋଇଛି । ଏହି ଚରଣ ପାଦୁକାର ନିର୍ମାଣ ଅଯୋଧ୍ୟାର ବାଗ୍ୟନଗର ସିତାରାମ ଫାଉଣ୍ଡେସନର ସସ୍ଥାପକ-ନିର୍ଦ୍ଦେଶକ ଚିଲ୍ଲା ଶ୍ରୀନିବାସ ଶାସ୍ତ୍ରୀ କରିଛନ୍ତି ।

ତାଙ୍କ କହିବା ମୁତାବକ, ଏହାକୁ ନିର୍ମାଣ କରିବାକୁ ୨୫ ଦିନ ଲାଗିଛି । ଏହାକୁ ଭଗବାନ ଶ୍ରୀରାମଙ୍କ ପାଖରେ ଭେଟି ଦିଆଯିବ । ଆସନ୍ତା ଜାନୁଆରୀ ୧୦ରୁ ୧୫ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏହି ପାଦୁକା ପ୍ରଦାନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ