Masthead

୯ବର୍ଷର ଶିଶୁ କନ୍ୟାକୁ ଗଣଦୁର୍ଷ୍କମ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ଚକୋଲେଟ ଦେବା ବାହାନାରେ ଡାକିନେଇ ୯ବର୍ଷର ଶିଶୁ କନ୍ୟାକୁ ଗଣଦୁର୍ଷ୍କମ । ଏହି ଘଟଣାରେ ଜଡିତ ୪ ଅପରାଧୀଙ୍କୁ ଗିରଫ ଏବଂ ଅନ୍ୟଜଣଙ୍କୁ ପୋଲିସ ଖୋଜୁଛି । ଆଶ୍ଚର୍ଯ୍ୟ ଏହାକି ଯେ ଘଟଣାରେ ଜଡିତ ୫ଟି ଅପରାଧୀ ନାବାଳକ । ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାଟି କଲବୁର୍ଗୀ ମହିଳା ଥାନାର ସୀମାରେ ବୁଧୁବାର ଅପରାହ୍ନରେ ଘଟିଛି ବୋଲି କୁହାଯାଉଛି । ପୋଲିସଙ୍କ ଅନୁସାରେ, ସେହି ପାଞ୍ଚଜଣ ଅପରାଧୀ ଘର ବାହାରେ ବସିଥିବା ପୀଡିତାଙ୍କୁ ଚକୋଲେଟ ଦେବା ବାହାନାରେ ଶୁନଶାନ ଜାଗାକୁ ଡାକିନେଇଥିଲେ । ପୀଡିତାଙ୍କ ମାଁଙ୍କ କହିବାନୁସାରେ ଅପରାଧୀମାନେ ପୀଡିତାଙ୍କୁ ପାଖରେ ଥିବା ଘରକୁ ଡାକିନେଇ ତାଙ୍କୁ ଦୁର୍ଷ୍କମ କରିଥିଲେ । ପରେ ଅପରାଧୀମାନେ ପୀଡିତାଙ୍କୁ କାହାକୁ କିଛି ନ କହିବାକୁ କହିଥିଲେ ନହେଲେ ସେମାନେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । କିନ୍ତୁ କିଛି ସମୟ ପରେ ପୀଡିତା ଜଣକ ଘରେ ପହଞ୍ଚି ତାଙ୍କ ମାଁ ଙ୍କୁ ଏ ବିଷୟରେ କହିଥିଲେ ।

ପୀଡିତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପରେ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ୪ ନାବାଳକଙ୍କୁ ପଚରା-ଉଚରା ପାଇଁ ନେଇଥିବା ବେଳେ ଆଇପିସି ର ଧାରା ୩୬୬ଏ, ୩୭୬(ଜି),୫୦୬ ଏବଂ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ଦାୟର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ