Masthead

ମୋ ପାଖେ ଟଙ୍କା ନାହିଁ, ଓକିଲ ଦିଅ: ଅଞ୍ଜନା

କଟକ(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା। ଘଟଣାର ସିବିଆଇ ତଦନ୍ତ ଦାବି କଲେ ଖୋଦ ପୀଡ଼ିତା ଅଞ୍ଜନା ମିଶ୍ର। ଏନେଇ ସେ ହାଇକୋର୍ଟଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଅଞ୍ଜନା ଚିଠି ଲେଖି ନିବେଦନ କରିଛନ୍ତି ଯେ, ହାଇକୋର୍ଟରେ ମାମଲା ଲଢ଼ିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମ୍ବଳ ନାହିଁ। ତେଣୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କ ମାମଲା ଲଢ଼ିବା ପାଇଁ ଜଣେ ଆଇନଜୀବୀଙ୍କୁ ନିଯୁକ୍ତ କରାଯାଉ।ଚିଠିରେ ଆହୁରି ମଧ୍ୟ ନିବେଦନ କରିଛନ୍ତି ଯେ, ଦୁଷ୍କର୍ମ ଘଟଣାର ପ୍ରକୃତ ଷଡ଼ଯନ୍ତ୍ରକାରୀ କିଏ ତାର ପର୍ଦ୍ଦାଫାସ କରାଯାଉ, ଏବଂ ଗିରଫ ଦୋଷୀ ବିବନ ବିଶ୍ୱାଳକୁ ପଚରା ଉଚରା କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଉ। ବାସ୍ତବରେ ଏହି ଘଟଣା କାହା ଇଙ୍ଗିତରେ ଘଟିଥିଲା ବା ଏହା ପଛରେ କାହାର ହାତ ରହିଥିଲା ତାହାର ତଦନ୍ତ କରାଯାଉ। ଅନ୍ୟପଟେ ୨୬ ମାର୍ଚ୍ଚରେ ଏହି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଘରେ ସିବିଆଇ ଚଢ଼ଉ କରିଥିଲା ।

କଟକ ଜିଲ୍ଲା ବାରଙ୍ଗ ଥାନା ନରଣପୁର ଗାଁରେ ଥିବା ବିବନ ବିଶ୍ୱାଳର ଘରେ ବାରଙ୍ଗ ପୋଲିସ ଓ ସିବିଆଇର ୩ ଜଣିଆ ଟିମ୍ ଚଢ଼ଉ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ । ଏହାସହ ବିବନ ଘରୁ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଥିଲା । ସେ ମୁମ୍ବାଇରେ ଲୁଚି ରହିବା ପଛରେ କାହାର ହାତ ଥିଲା, ସେନେଇ ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ । ଏହା ବ୍ୟତୀତ ବ୍ୟାଙ୍କ ମାଧ୍ୟମରେ ପଠାଉଥିବା ଟଙ୍କା ସଂପର୍କରେ ଅଧିକ ଯାଞ୍ଚ କରାଯାଇଥିଲା। ଖାଲି ସେତିକି ନୁହେଁ ଗାଁର ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଟିମ୍ ପଚରାଉଚରା କରିଥିଲା ।ଏମିତିକି ଅଞ୍ଜନା ମିଶ୍ର ଘରେ ମଧ୍ୟ ୨ ଜଣିଆ ସିବିଆଇ ଟିମ ପହଞ୍ଚି ପଚରାଉଚରା କରିଥିଲା। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ପ୍ରାୟ ୩୦ ମିନିଟ ଆଲୋଚନା କରିଥିଲା । ତେବେ ଆଲୋଚନା ପରେ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ