ପୁଣି ଫେରିଲା ସିଏଏ ପ୍ରସଙ୍ଗ

ନୂଆଦିଲ୍ଲୀ (ବଡ଼ ଖବର): ପୁଣି ଫେରିଛି ସିଏଏ ପ୍ରସଙ୍ଗ । ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବାର ସମୟସୀମାକୁ ବଢାଇଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, ସିଏଏ ନିୟମ ପ୍ରସ୍ତୁତି ପ୍ରକ୍ରିୟା ଏବେବି ଜାରି ରହିଛି । ସେଥିପାଇଁ ଏହି ସମୟସୀମାକୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ନାଗରିକତା ସଂଶୋଧନ ବିଲ ସଂସଦରେ ପାରିତ ହୋଇଥିଲା । ପରେ ଏହା ଆଇନରେ ପରିଣତ ହୋଇଥିଲା । ତେବେ ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ବଡ଼ ଧରଣର ପ୍ରତିବାଦ ମଧ୍ୟ କରାଯାଇଥିଲା । ଏହା ଭିତରେ ଏହି ଆଇନ କେମିତି କାର୍ଯ୍ୟକାରୀ ହେବ, ଏହାର ନିୟମ ସବୁ କ’ଣ ରହିବ ସେ ନେଇ କୌଣସ ବିଧିବଦ୍ଧ ସୂଚନା ଦିଆଯାଇନଥିଲା । ତେବେ ଗତକାଲି ସଂସଦରେ ଗୃହରାଷ୍ଟ୍ର ମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ୨୦୧୯, ଡିସେମ୍ବର ୧୨ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ୨୦୨୦ ଜାନୁଆରୀ ୧୦ରେ ଏହା ଲାଗୁ କରାଯାଇଥିଲା । ତେବେ ଏହି ଆଇନକୁ ନେଇ ନିୟମ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ