Before Header

ମହାମାରୀ ହାରିବ, ମାନବିକତା ଜିତିବ

0 49

ବଡ଼ ଖବର ବ୍ୟୁରୋ): ଦେଶ ଅଣନିଶ୍ୱାସୀ । ସବୁଆଡ଼େ ହାହାକାର । ଲୋକଙ୍କୁ ଅକ୍ସିଜେନ ମିଳୁନି । ଅକ୍ସିଜେନ ଅଭାବରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଭାରତର ଏଭଳି ସ୍ଥିତିରେ ବିଦେଶରୁ ସାହାଯ୍ୟର ହାତ ମଧ୍ୟ ମିଳୁଛି । ହସ୍ପିଟାଲରେ ଅକ୍ସିଜେନ ମିଳୁନି । ଅମ୍ଳଜାନ ସମସ୍ୟା ଦେଇ ଗତି କରୁଛି ସ୍ୱାସ୍ଥ୍ୟ ସେବା । ଆଉ ଅକ୍ସିଜେନ ଅଭାବର କରୁଣ ଦୃଶ୍ୟ ବି ସାମ୍ନାକୁ ଆସୁଛି । ଏପରି କ୍ଷେତ୍ରରେ ମିତ୍ର ରାଷ୍ଟ୍ର ମାନେ ସହଯୋଗର ହାତ ବଢ଼ାଇଥିବା ବେଳେ ଦେଶ ମଧ୍ୟରେ ମଧ୍ୟ କିଛି ଲୋକ ରୋଗୀ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ବହୁ ଯାଗାରେ ଏବେ ଲୋକଙ୍କୁ ମାଗଣା ଅକ୍ସିଜେନ ଦେବାରେ ଲାଗିଛନ୍ତି ଅନେକ ସମ୍ପ୍ରଦାୟର ଲୋକ । ଘାଜିଆବାଦର ଗୁରୁଦ୍ୱାରାରେ ଶିଖ ସମ୍ପ୍ରଦାୟର ଲୋକ ମାନେ ଖୋଲିଛନ୍ତି “ଅକ୍ସିଜେନ ଲଙ୍ଗର” ।

ଏକ ଏନଜିଓ ସହିତ ମିଶି ଏପରି ସେବା ପ୍ରଦାନ କରିବାରେ ଲାଗିଛନ୍ତି ଏହି ଲୋକ । କେବଳ ଏତିକି ନୁହେଁ ଅକ୍ସିଜେନ ସିଲିଣ୍ଡର ପାଇଁ କିମ୍ବା ବୁକ କରିବା ପାଇଁ ସେମାନେ ଜାରି କରିଛନ୍ତି ଏକ ହେଲ୍ପ୍ ଲାଇନ ନମ୍ବର । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇ ବାରେ ସକ୍ଷମ ହୋଇଛନ୍ତି ଏହି ସମାଜ ସେବୀ । ତେବେ କେବଳ ସେତିକି ନୁହଁ ଗୁରୁଦ୍ୱାର ପକ୍ଷରୁ ଲୋକଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଏଠାକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ ଆମେ ଅମ୍ଳଜାନ ଯୋଗାଇଦେବୁ । ଆଉ ଆମର ଏହି ଶିବିର ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ଅଛି । ତେବେ ଏହି ସଂସ୍ଥା ବିଷୟରେ ସବୁଆଡ଼େ ଚର୍ଚ୍ଚା ହେବା ପରେ ବହୁ ରୋଗୀଙ୍କର ଲମ୍ବା ଲାଇନ ଲାଗିଥିଲା । ବହୁ ଫୋନ କଲ ଆସିବା ସହ ବହୁ ଦୂରରୁ ଲୋକ ମାନେ ସେଠାରେ ଯାଇ ପହଞ୍ଚିଥିଲେ । ଏବେ ଶିଖ ସମ୍ପ୍ରଦାୟଙ୍କର ଏହି ସେବା ଦେଶରେ ଚର୍ଚ୍ଚାର ଶିରୋନାମା ପାଲଟିଛି । ନିଜ ସ୍ୱଳ୍ପ ସାଧନ ଥାଇ ବି ଜଣେ ଚାଷୀ ଆଗେଇ ଆସିଛନ୍ତି ଲୋକଙ୍କ ସେବା କରିବାକୁ ।

ମଧ୍ୟପ୍ରଦେଶ ନିମୁଚ ଜିଲ୍ଲାର ଜଣେ ଚାଷୀ ଅକ୍ସିଜେନ ପାଇଁ ଦୁଇ ଲକ୍ଷ ଟଙ୍କା ଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅତି କଷ୍ଟରେ ଜୀବନ ଯାକ ମଧ୍ୟରେ ନିଜ ଝିଅ ବାହାଘର ପାଇଁ ସଞ୍ଚୟ କରିଥିବା ଟଙ୍କା ଲୋକଙ୍କ କଷ୍ଟ ସମୟରେ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଚାଷୀ ଜଣକ । ସେହିପରି କେରଳର କନ୍ନୁର ଜିଲ୍ଲାର ଜଣେ ବିଡ଼ି ବନାଉଥିବା କର୍ମଚାରୀ ବି ଦୁଇ ଲକ୍ଷ ଟଙ୍କା ଦାନ କରି ଚର୍ଚ୍ଚା କୁ ଆସିଛନ୍ତି । ନିଜେ ଆର୍ଥିକ ଅନଟନ ମଧ୍ୟରେ ଥିଲେ ମଧ୍ୟ ନିଜ ଜୀବନ ବ୍ୟାପି ସଞ୍ଚିଥିବା ଅର୍ଥକୁ ଲୋକଙ୍କୁ ଦାନ କରୁଛନ୍ତି । ଏପରି ଅନେକ ଲୋକ ଅଛନ୍ତି ନିଜ ମାନବିକତା ଦେଖାଇ ଆଗେି ଆସିଛନ୍ତି ମହାମାରୀ ସମୟରେ ସାହାଯ୍ୟ କରିବା ପାଇଁ । ଆଉ ଏମାନଙ୍କୁ ଦେଖିଲେ ଏପରି ଲାଗୁଛି ଏବେ ବି ମାନବିକତା ବଞ୍ଚିଛି । ଆଉ ମାନବିକତା ପାଖରେ ମହାମାରୀ ନିଶ୍ଚୟ ହାର ମାନିବ ।

 

Leave A Reply

Your email address will not be published.