Masthead

ଦିନିକିଆ ବିଶ୍ବକପ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ବିଜେତା ଟିମକୁ ୩୩ କୋଟି ପୁରସ୍କାର ରାଶି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ୱକପର ୧୩ ତମ ସଂସ୍କରଣ ।ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଆସନ୍ତାମାସରେ ଆରମ୍ଭ ହେବାକୁଥିବା ଟୁର୍ନାମେଣ୍ଟରେ ଖେଳାଯିବାକୁଥିବା ସମସ୍ତ ୪୮ଟି ମ୍ୟାଚ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଗାମୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ବିଜେତାକୁ ମିଳିବ ୪ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୩୩ କୋଟି ଟଙ୍କା) ଏବଂ ରନରଅପ୍‌ ପାଇବ ୨ ନିୟୁତ ଡଲାର (ପ୍ରାୟ ୧୬ କୋଟି ଟଙ୍କା)।

ତଦନୁସାରେ ଦୁଇ ପରାଜିତ ସେମିଫାଇନାଲିଷ୍ଟ ପ୍ରତ୍ୟେକେ ୮୦୦,୦୦୦ ଆମେରିକୀୟ ଡଲାର (ପ୍ରାୟ ୬ କୋଟି ଟଙ୍କା) ଲେଖାଏ ପାଇବେ। ଅନ୍ୟ ଯେଉଁ ୬ଟି ଦଳ ନକ୍‌ଆଉଟ ପର୍ୟ୍ୟାୟକୁ ଉନ୍ନୀତ ହୋଇପାରିବେ ନାହିଁ ସେମାନେ ପ୍ରତ୍ୟେକ ୧୦୦,୦୦୦ ଡଲାର (ପ୍ରାୟ ୮୨ ଲକ୍ଷ ଟଙ୍କା), ପ୍ରତ୍ୟେକ ଗ୍ରୁପ୍‌ ପର୍ୟ୍ୟାୟ ମ୍ୟାଚର ବିଜେତା ପ୍ରୋତ୍ସାହନମୂଳକ ୪୦,୦୦୦ ଡଲାର (୩୩ ଲକ୍ଷ ଟଙ୍କା) ଲେଖାଏଁ ପାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ