Masthead

ରାସ୍ତା ତିଆରି ହେବାର ଅଢେଇ ବର୍ଷ ହୋଇନି, ବଡ଼ ବଡ଼ ଖାଲ ହୋଇ ଜମୁଛି ପାଣି

ବଡବିଲ(ବଡ଼ ଖବର ବ୍ୟୁରୋ):ରାସ୍ତା ପାଲଟିଛି ମରଣଜନ୍ତା । ଅଢେଇ ବର୍ଷ ହେବ ତିଆରି ହୋଇଥିଲା ରାସ୍ତା । ଏବେ ବଡ଼ ବଡ଼ ଖାଲ ହୋଇ ଜମୁଛି ପାଣି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଭଦ୍ରାସାହି ବଡ଼ବିଲରେ । ମୁଖ୍ୟ ରାସ୍ତା ଆଜିକୁ ପ୍ରାୟ ଅଢେ଼ଇ ବର୍ଷ ପୂର୍ବରୁ ପ୍ରାୟ ୧୦କୋଟି ରୁ ଉର୍ଦ୍ଧ୍ଵ ଜିଲ୍ଲା ଖଣିଜ ପାଣ୍ଠି ରୁ ନିର୍ମାଣ ହୋଇ ଥିଲା । କିନ୍ତୁ ବର୍ତ୍ତମାନ ଭଦ୍ରାସାହି ଛକ ଠାରୁ ପ୍ରାୟ୫୦୦ମିଟର ଦୂର ହେବ. ବଡ଼ ବଡ଼ ଖାଲ ହୋଇ ପାଣି ଜମି ରହୁଛି।

ଯାହା ଫଳରେ ଦୁଇ ଚକିଆ ବା ଚାରି ଚକିଆ ଜାନ ବାରମ୍ବାର ଦୁର୍ଘଟଣା ଘଟି ଅନେକ୍ ଧନ ଜୀବନ ନଷ୍ଟ ହେଉଛି। ଏହା ବାବଦରେ ବଡ଼ବିଲ ପୂର୍ତ୍ତ ବିଭାଗ କୁ ଅନେକ୍ ଥର ଜଣାଇଥିଲେ ମଧ୍ୟ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ .ବା ରାସ୍ତାର ମରାମତି ହୋଇପାରିଲା ନାହିଁ । ଏଣୁ ବାଧ୍ୟ ହୋଇ ଆଜି ସକାଳୁ ସକାଳୁ ଭଦ୍ରାସାହି ଓ ଭୁଷୁଙ୍ଗା ଗ୍ରାମର କିଛି ଯୁବକ ନିଜ ଟଙ୍କା ଖର୍ଚ୍ଚ କରି’ ଖାଲ ହୋଇ ଥିବା ରାସ୍ତା କୁ ମରାମତି କରିଥିବା ଦେଖିବାକୁ ମିଳିଥିଲା । ଏପରି ମହାନ କାର୍ୟ୍ୟ କରିଥିବାରୁ ପଥଚାରି ମାନେ ଖୁବ ପ୍ରସଂସା କରୁଥିବା ଦେଖିବାକୁ ମିଳୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’