Before Header

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0 14

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ବସିବ । ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ହେରିଟେଜ କରିଡର ସହିତ ସେବାୟତଙ୍କର କଲ୍ୟାଣ, ନୂତନ ସବକମିଟି ଗଠନ ନେଇ ବୈଠକରେ ଆଲୋଚନା ହୋଇପାରେ ।

ଏହାଛଡା ଗତ ରଥଯାତ୍ରାର ସମୀକ୍ଷା ମଧ୍ୟ ହୋଇପାରେ। ପୁରୀରେ ଗୁରୁକୁଳ ନିର୍ମାଣ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ଉଠିପାରେ। ଶ୍ରୀମନ୍ଦିର ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ।

Leave A Reply

Your email address will not be published.