Masthead

ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ

କାବୁଲ( ବଡ଼ ଖବର ): ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ। ଏଭଳି  ଅଜବ ନିୟମ ଆଣିଛି ଆଫଗାନକୁ ଅକ୍ତିଆର କରିଥିବା ତାଲିବାନ। ଧର୍ମକୁ ଢାଲ କରି ନିଜର କ୍ରୂରତାକୁ ଦେଶବାସୀଙ୍କ ଉପରେ ଲଦି ଦେଉଛି ତାଲିବାନ। ସରକାର ଗଠନ ବେଳେ ସମସ୍ତଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବାକୁ ଘୋଷଣା କରିଥିବା ତାଲିବାନ କିନ୍ତୁ ଧିରେ ଧିରେ ଅଜବ ନୀତିକୁ ଅପଣଉଛି। ପ୍ରଥମେ ମହିଳାଙ୍କୁ ଟାର୍ଗେଟ କରୁଥିବା ତାଲିବାନ ଏବେ ଶିଶୁ, ପୁରୁଷମାନଙ୍କ ସ୍ୱାଧୀନତାରେ ବେଡି ପକାଇଛି । ତାଲିବାନ ମାନିବାକୁ ମନାକଲେ ମୃତ୍ୟୁଦଣ୍ଡ ମିଳୁଛି। ଏପରିକି ମହିଳାଙ୍କୁ  ବିଚ୍‌ ରାସ୍ତାରେ ବାଡ଼େଇବା ସହ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଫାଶୀରେ ଝୁଲାଇ ଦେଉଛି।

ଆଫଗାନର ନାଗରିକଙ୍କୁ ସେଭିଂ ହେବାର ତଥା ଦାଢି କାଟିବାକୁ ଆଉ ଅନୁମତି ମିଳିବ ନାହିଁ। ଏହି ନିୟମ ଉଲ୍ଲଘଂନକାରୀଙ୍କୁ ଶରିଆ ନିୟମ ଅନୁଯାୟୀ, କଠୋର ଦଣ୍ଡ ଦିଆଯିବ। ଏହାବାଦ ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା