Masthead

ଆମ୍ବୁଲାନ୍ସ ପାଇଁ ଚାଲିଗଲା ଜୀବନ

ଜଟଣୀ (ବଡ଼ ଖବର ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଫଳ । ଏହାର ଉଦାହରଣ ମିଳିଛି ଜଟଣୀ ମହାବୀର କଲୋନୀରୁ। ଗତ ୭ଦିନ ପୂର୍ବେ ଜଟଣୀ ପୌରପରିଷଦ ଅଧିନ ମହାବୀର କଲୋନୀ କରୋନା ଜଣେ ଯୁବକ ପଜେଟିଭ ଥିବା ଜାଣିବାକୁ ପାଇଥିଲେ । ସେ ଭୁବନେଶ୍ୱରର ଏକ ହୋଟେଲ ରେ କାମ କରନ୍ତି । କାମ କରିବା ସମୟରେ ଦେହ ଭଲ ନ ଲାଗିବାରୁ ସେ ପରୀକ୍ଷା କରିଥିଲେ।ତାଙ୍କ ରିପୋର୍ଟ ପଜେଟିଭ ଥିବା ଡାକ୍ତର କହିଥିଲେ ।

ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ସୋମବାରରୁ ତାଙ୍କ ଦେହ ଭୀଷଣ ଖରାପ ହୋଇଥିଲା ଆଜି ସକାଳୁ ସେ ନିଶ୍ୱାସ ନେଇ ପାରିନଥିଲେ। ମେଡିକାଲ ଯିବା ପାଇଁ ଘର ଲୋକ ୧୦୮କୁ କଲ କରିଥିଲେ । ୧୦୮ରେ କରୋନା ରୋଗୀ ଯାଇ ପାରିବେନି ବୋଲି କହିଥିଲେ । ଏହା ପରେ ଜଟଣୀ ପୌରପରିଷଦର ଆମ୍ବୁଲାନ୍ସ ପାଇଁ କଲ କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଶେଷରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସହ କଥା ହୋଇ ଆମ୍ବୁଲାନ୍ସ ମଗେଇଥିଲେ ।

ହସ୍ପିଟାଲରେ ପହଂଚିବା ଆଗରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏବେ ପ୍ରଶ୍ନ ଉଠୁଛି ଗତ ବର୍ଷ ରାଜ୍ୟ ସରକାର କରୋନା ମୁକିବାଲା ନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ କେୟାର ସେଣ୍ଟର ଖୋଲିଥିଲେ। ସେ ସମୟରେ ନୂତନ ଭାବେ କିଣା ଯାଇଥିବା ବେଡ଼, ଇନଭେଟର ସବୁ ଗଲା କୁଆଡେ। କାହିଁକି ସରକାର ସେ ସବୁ ବେଡ଼କୁ ସ୍କୁଲମାନଙ୍କରେ ପକେଇ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ରଖୁ ନାହାନ୍ତି । କାହିଁକି ପଜିଟିଭ ବ୍ୟକ୍ତିଙ୍କୁ ଘରେ ରହିବାକୁ କହି କରୋନା ସଂକ୍ରମଣ ବ୍ୟାପିବା ପାଇଁ ସୁଯୋଗ ତିଆରି କରୁଛନ୍ତି ଯାହା ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା