Masthead

୨୫ ବର୍ଷ ପରେ ପ୍ରଥମ ଥର, ଆମେଥିରୁ ଲଢିବେନି ଗାନ୍ଧି ପରିବାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସସପେନ୍ସ ସରିଛି ଏବଂ କଂଗ୍ରେସ ଉତ୍ତର ପ୍ରଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନ, ରାୟବରେଲୀ ଏବଂ ଆମେଥିରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଯେଉଁଠାରେ ରାୟବରେଲୀରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବେ ଏବଂ ଅନ୍ୟପଟେ ଆମେଥିରୁ ସୋନିଆ ଗାନ୍ଧୀଙ୍କ ବିଶ୍ୱସ୍ତ କେଏଲ ଶର୍ମାଙ୍କୁ ଟିକେଟ ଦିଆଯାଇଛି । ଏହି ଦୁଇଟି ଲୋକସଭା ଆସନରେ ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ହେବ । ତେବେ ୧୯୯୮ ଅର୍ଥାତ୍ ୨୫ ବର୍ଷ ପରେ ଆମେଠି ଆସନରୁ ଗାନ୍ଧି ପରିବାର ନିର୍ବାଚନ ଲଢୁନାହାନ୍ତି। ୧୯୯୯ରେ ସୋନିଆ ଗାନ୍ଧି କଂଗ୍ରେସରୁ ଆମେଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ସଞ୍ଜୟ ସିଂହଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ସାଂସଦ ହୋଇଥିଲେ।

ଏହାପରେ ପୁଅକୁ ଛାଡିଥିଲେ ମୈଦାନ।  ୨୦୦୪ରେ ୧୪ତମ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ପ୍ରଥମ ଥର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେ ବିଏସପି ପ୍ରାର୍ଥୀ ଚନ୍ଦ୍ରପ୍ରକାଶ ମିଶ୍ରାଙ୍କୁ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ରାହୁଲ ଗାନ୍ଧି ଆମେଠି ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ରାହୁଲ ଗାନ୍ଧି ପୁଣି କ୍ରମାଗତ ତୃତୀୟ ଥର ପାଇଁ ଏହି ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଏହି ବର୍ଷ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏକ ଲକ୍ଷ ଭୋଟ ବ୍ୟବଧାନରେ ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ ରାହୁଲ ଗାନ୍ଧି। ଏହା ପରେ ଆମେଠିରେ ବଦଳି ଯାଇଥିଲା କଂଗ୍ରେସର ଭାଗ୍ୟ।

୨୦୧୪ର ବଦଲା ୨୦୧୯ରେ ନେଇଥିଲେ ସ୍ମୃତି ଇରାନୀ। କଂଗ୍ରେସର ଏହି ଗଡ଼ରୁ ରାହୁଲ ଗାନ୍ଧିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜେପି ପକ୍ଷରୁ ବିଜୟୀ ହୋଇଥିଲେ ସ୍ମୃତି ଇରାନୀ। ଆଏ ଏବେ ଅର୍ଥାତ ୨୦୨୪ରେ ନିଜର ସମୀକରଣ ବଦଳାଇ ଦେଇଛି କଂଗ୍ରେସ। ପ୍ରଥମ କରି ୨୫ ବର୍ଷ ମଧ୍ୟରେ ଦଳ ଗାନ୍ଧି ପରିବାରର କୌଣସି ଚେହେରାଙ୍କୁ ଆମେଠି ଆସନରୁ ପ୍ରାର୍ଥୀ କରିନାହିଁ। ଏଥର କେଏଲ ବା କିଶୋର ଲାଲ ଶର୍ମାଙ୍କୁ କଂଗ୍ରେସ ଆମେଠି ପାଇଁ ବାଛିଛି।

କିଶୋର ଲାଲ ଗାନ୍ଧି ପରିବାରର ଖୁବ୍ ଘନିଷ୍ଠ ବୋଲି କୁହାଯାଉଛି। ସେ ରାଜୀବ ଗାନ୍ଧିଙ୍କ ଖୁବ୍ ନିକଟତର ଥିଲେ। ଦୀର୍ଘ ଚାରି ଦଶନ୍ଧି ଧରି କଂଗ୍ରେସ ଓ ଗାନ୍ଧି ପରିବାର ସହ ଜଡ଼ିତ ଅଛନ୍ତି କିଶୋର ଲାଲ।  ଆମେଥିରୁ ଏଥର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ ସ୍ମୃତି ଇରାନିଙ୍କୁ ଟକ୍କର ଦେବେ କିଶୋରୀ ଲାଲ । ପ୍ରଥମ ଥର ପାଇଁ ୧୯୮୩ରେ ଆମେଥିରୁ ନିର୍ବାଚନ ଲଢିଥିଲେ ଶର୍ମା । କିନ୍ତୁ ୧୯୯୧ରୁ ଗାନ୍ଧୀ ପରିବାରରୁ ଆମେଥିରୁ ପ୍ରାଥୀ ହୋଇଆସୁଥିଲେ । କିଶୋରୀ ଲାଲ ବିହାର ଏବଂ ପଞ୍ଜାବରେ ମଧ୍ୟ କଂଗ୍ରେସ ପାଇଁ କାର୍ଯ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା