Before Header

ପଢନ୍ତୁ କେଉଁ ରାଜ୍ୟ ଦେବ ମାଗଣା କରୋନା ଟିକା

0 95

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): କରୋନା ଭୂତାଣୁ ସମଗ୍ର ବିଶ୍ୱକୁ କବଳିତ କରିଛି । ସାଧାରଣ ଲୋକଙ୍କ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହେଉଛି । ଦୋହଲି ଯାଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ବିଶ୍ୱର ବହୁ ଦେଶ ଏହି ମହାମାରୀକୁ ଦମନ ପାଇଁ ଚଳାଇଛନ୍ତି ଉଦ୍ୟମ । ବୈଜ୍ଞାନିକମାନେ ଟିକା ଉଦ୍ଭାବନ ପାଇଁ ଚଳାଇଛନ୍ତି ଆପ୍ରାଣ ଚେଷ୍ଟା । ୨୦୨୧ର ପ୍ରଥମାର୍ଦ୍ଧରେ କରୋନା ଟିକା ଭାରତରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଲେଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, କରୋନା ଟିକା ପାଇଁ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଜଣଙ୍କ ପିଛା ଖର୍ଚ୍ଚ ହେବ ୪୫୦ରୁ ୫୦୦ ଟଙ୍କା । ପ୍ରତି ଲୋକଙ୍କୁ ଦିଆଯିବ ୨ଡୋଜ୍ । ଟିକା ପାଇଁ ଖର୍ଚ୍ଚ ୨୯୨ ଟଙ୍କା । ଭିତ୍ତିଭୂମି, ଷ୍ଟୋରେଜ ଓ ପରିବହନ ବାବଦକୁ ଜଣଙ୍କ ପିଛା ୧୫୦ରୁ ୨୦୦ ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି । ତେବେ ଏହି ଟିକା ଆସିନଥିବା ବେଳେ ଆରମ୍ଭ ହେଲାଣି ରାଜନୀତି ।
ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବ ବୋଲି ଘୋଷଣା କରିଛି । ବିଜେପିର ନିର୍ବାଚନୀ ଇସ୍ତାହାର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ଯଦି ବିହାରେ ବିଜେପି ଶାସନ କ୍ଷମତାକୁ ନ ଆସିଲା ତେବେ ଲୋକଙ୍କୁ କରୋନା ଟିକା ଦିଆଯିବନି କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।  ତେଣେ ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା କରୋନା ନେଲାଣି ୧୦,୭୮୦ ମୁଣ୍ଡ । ୬ ଲକ୍ଷ ୯୭ ହଜାର ୧୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ସକ୍ରିୟ ମାମଲା ହେଉଛି ୩୫ ହଜାର ୪୮୦ । ରାଜ୍ୟରେ ଏପର୍ଯ୍ୟନ୍ତ ୬ ଲକ୍ଷ ୫୦ ହଜାର ୮୫୬ ସୁସ୍ଥ ହୋଇଛନ୍ତି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ ଗୁରୁବାର ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ -୧୯ ଟିକା ରାଜ୍ୟର ସମସ୍ତ ଲୋକଙ୍କୁ ମାଗଣାରେ ଦିଆଯିବ ।

Leave A Reply

Your email address will not be published.