Masthead

ମଝି ଆକାଶରେ ବିମାନଯାତ୍ରୀଙ୍କ ରକ୍ତ ଶୁଖିଗଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଅହମ୍ମଦାବାଦରୁ ଜୈସଲମେରକୁ ଯାଉଥିଲା ସ୍ପାଇସେଜେଟର ଏକ ବିମାନ । ମଝି ଆକାଶରେ ବିମାନ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ହଇଚଇ ସୃଷ୍ଟି ହୋଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ପାଇଲଟମାନେ ଏହି ବିମାନକୁ ଅବତରଣ କରାଇପାରିନଥିଲେ । ତେଣୁ ବିମାନଟି ପ୍ରାୟ ଏକ ଘଣ୍ଟା ଆକାଶରେ ଉଡିଥିଲା । ପାଇଲଟ ଜୈସଲମେର ବିମାନବନ୍ଦରରେ ତିନିଥର ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଶେଷରେ ବିମାନଟି ଅହମ୍ମଦାବାଦରେ ଅବତରଣ କରିଥିଲା । ଏହି ସମୟରେ ଯାତ୍ରୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଥିଲା । ବିମାନରେ ବସିଥିବା ଅନେକ ଯାତ୍ରୀ କାନ୍ଦିବା ଆରମ୍ଭ କରିଥିଲେ । ପରେ ସନ୍ଧ୍ୟାରେ ଦ୍ୱିତୀୟ ପାଇଲଟ ପୁନର୍ବାର ସମସ୍ତ ଯାତ୍ରୀଙ୍କୁ ନେଇ ଜୈସଲମେରର ଅଭିମୁଖେ ଯାତ୍ରା କରିଥିଲେ । ସ୍ପାଇସଜେଟର ବିମାନ ନମ୍ବର ଏସଜି୩୦୧୨ ଶନିବାର ଦିନ ୧୨.୩୦ ରେ ଅହମ୍ମଦାବାଦରୁ ଜୈସଲମେର ଅଭିମୁଖେ ଯାତ୍ରା କରିଥିଲା । ଏହା ଅପରାହ୍ନ ୧ ଟାରେ ଜୈସଲମେରରେ ପହଞ୍ଚିବା କଥା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟମାନେ ବିମାନ ଅବତରଣ କରାଇପାରିନଥିଲେ।

ପାଇଲଟ ତିନିଥର ଅବତରଣ କରିବାକୁ ଚେଷ୍ଟା କରିଥିଲେ । ସମସ୍ତ ଥର ଅବତରଣ କରିବାରେ ବିଫଳ ହୋଇଥିଲେ । ଏଭଳି ପରିସ୍ଥିତିରେ ଏହି ବିମାନ ଜୈସଲମେର ଆକାଶରେ ପ୍ରାୟ ଏକ ଘଣ୍ଟା ଧରି ଚକ୍କର କାଟିଥିଲା । ପ୍ରାୟ ଦୁଇଟା ସମୟରେ ପାଇଲଟ ଅହମ୍ମଦାବାଦକୁ ପ୍ରସ୍ତାନ ପାଇଁ ଉଡ଼ାଣ ଭରିଥିଲା । ଶେଷରେ ଦିନ ୨.୪୦ ରେ ଏହି ବିମାନଟି ଅହମ୍ମଦାବାଦରେ ନିରାପଦରେ ଅବତରଣ କରିଥିଲା । ପ୍ରାୟ ଦୁଇ ଘଣ୍ଟା ପରେ ଅନ୍ୟ ଜଣେ ପାଇଲଟଙ୍କ ସହ ବିମାନଟି ପୁଣି ଅହମ୍ମଦାବାଦକୁ ପଠାଯାଇଥିଲା । ରାତି ପ୍ରାୟ ୫:୧୫ ସମୟରେ ବିମାନଟି ନିରାପଦରେ ଅବତରଣ କରିବାରେ ସଫଳ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା