Masthead

ମଝି ଆକାଶରେ ବିମାନଯାତ୍ରୀଙ୍କ ରକ୍ତ ଶୁଖିଗଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଅହମ୍ମଦାବାଦରୁ ଜୈସଲମେରକୁ ଯାଉଥିଲା ସ୍ପାଇସେଜେଟର ଏକ ବିମାନ । ମଝି ଆକାଶରେ ବିମାନ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ହଇଚଇ ସୃଷ୍ଟି ହୋଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ପାଇଲଟମାନେ ଏହି ବିମାନକୁ ଅବତରଣ କରାଇପାରିନଥିଲେ । ତେଣୁ ବିମାନଟି ପ୍ରାୟ ଏକ ଘଣ୍ଟା ଆକାଶରେ ଉଡିଥିଲା । ପାଇଲଟ ଜୈସଲମେର ବିମାନବନ୍ଦରରେ ତିନିଥର ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଶେଷରେ ବିମାନଟି ଅହମ୍ମଦାବାଦରେ ଅବତରଣ କରିଥିଲା । ଏହି ସମୟରେ ଯାତ୍ରୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଥିଲା । ବିମାନରେ ବସିଥିବା ଅନେକ ଯାତ୍ରୀ କାନ୍ଦିବା ଆରମ୍ଭ କରିଥିଲେ । ପରେ ସନ୍ଧ୍ୟାରେ ଦ୍ୱିତୀୟ ପାଇଲଟ ପୁନର୍ବାର ସମସ୍ତ ଯାତ୍ରୀଙ୍କୁ ନେଇ ଜୈସଲମେରର ଅଭିମୁଖେ ଯାତ୍ରା କରିଥିଲେ । ସ୍ପାଇସଜେଟର ବିମାନ ନମ୍ବର ଏସଜି୩୦୧୨ ଶନିବାର ଦିନ ୧୨.୩୦ ରେ ଅହମ୍ମଦାବାଦରୁ ଜୈସଲମେର ଅଭିମୁଖେ ଯାତ୍ରା କରିଥିଲା । ଏହା ଅପରାହ୍ନ ୧ ଟାରେ ଜୈସଲମେରରେ ପହଞ୍ଚିବା କଥା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟମାନେ ବିମାନ ଅବତରଣ କରାଇପାରିନଥିଲେ।

ପାଇଲଟ ତିନିଥର ଅବତରଣ କରିବାକୁ ଚେଷ୍ଟା କରିଥିଲେ । ସମସ୍ତ ଥର ଅବତରଣ କରିବାରେ ବିଫଳ ହୋଇଥିଲେ । ଏଭଳି ପରିସ୍ଥିତିରେ ଏହି ବିମାନ ଜୈସଲମେର ଆକାଶରେ ପ୍ରାୟ ଏକ ଘଣ୍ଟା ଧରି ଚକ୍କର କାଟିଥିଲା । ପ୍ରାୟ ଦୁଇଟା ସମୟରେ ପାଇଲଟ ଅହମ୍ମଦାବାଦକୁ ପ୍ରସ୍ତାନ ପାଇଁ ଉଡ଼ାଣ ଭରିଥିଲା । ଶେଷରେ ଦିନ ୨.୪୦ ରେ ଏହି ବିମାନଟି ଅହମ୍ମଦାବାଦରେ ନିରାପଦରେ ଅବତରଣ କରିଥିଲା । ପ୍ରାୟ ଦୁଇ ଘଣ୍ଟା ପରେ ଅନ୍ୟ ଜଣେ ପାଇଲଟଙ୍କ ସହ ବିମାନଟି ପୁଣି ଅହମ୍ମଦାବାଦକୁ ପଠାଯାଇଥିଲା । ରାତି ପ୍ରାୟ ୫:୧୫ ସମୟରେ ବିମାନଟି ନିରାପଦରେ ଅବତରଣ କରିବାରେ ସଫଳ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ