ସୁନ୍ଦରୀର ଘର ବାହୁଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଘର ବାହୁଡ଼ିଯିବ ସୁନ୍ଦରୀ । ବାଘୁଣୀ ‘ସୁନ୍ଦରୀ’ କୁ ନେବା ପାଇଁ ରବିବାର ମଧ୍ୟପ୍ରଦେଶର କାହ୍ନାରୁ ସାତକୋଶିଆକୁ ଆସୁଛନ୍ତି ୬ ଜଣିଆ ଟିମ । ଏହି ଟିମରେ ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫ ରୁ ୬ ଜଣ କର୍ମଚାରୀ ରହିଛନ୍ତି । ଏହି ଟିମରେ ଜଣେ ଏସିସିଏଫ ଓ ଡାକ୍ତର ବି ଅଛନ୍ତି। ଏହି ଟିମର ସଦସ୍ୟମାନେ ପ୍ରଥମେ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ ।

ସୁନ୍ଦରୀ ସୁସ୍ଥ ଥିଲେ ସ୍ବତନ୍ତ୍ର ଗାଡିରେ କାହ୍ନାର ‘ଘୋରେଲା’କୁ ନିଆଯିବ । ତେବେ ସୁନ୍ଦରୀ କେବେ ଫେରିବ ସେନେଇ ନିଷ୍ପତ୍ତି ହୋଇନାହିଁ ।ମଧ୍ୟପ୍ରଦେଶରୁ ଆସିଥିବା ଏହି ଟିମ ୩ରୁ ୪ ଦିନ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । କାହ୍ନାରେ ବଡ଼ ପୁନଃନିର୍ମାଣ କେଜ ଅଛି । ସେଠାକୁ ଘାସ ଖିଆ ଜନ୍ତୁ ଛଡ଼ା ଯାଇ ପୁଣିଥରେ ସୁନ୍ଦରୀର ବନ୍ୟ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ତେବେ ସୁନ୍ଦରୀକୁ ଆଣିବା ଆମ ପାଇଁ ଗୋଟେ ଶିକ୍ଷା ଥିଲା । ଏଥିରେ ବାଧା ସୃଷ୍ଟି ହୋଇଥିଲା । ହେଲେ ଏହି ପ୍ରକଳ୍ପ ଫେଲ ହୋଇନାହିଁ। ଏନଟିସିଏର ନିୟମ ପୁଣି ପାଳନ ହେଲେ, ଏହି ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ଶଶୀ ପଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ