Masthead

ସୁନ୍ଦରୀର ଘର ବାହୁଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଘର ବାହୁଡ଼ିଯିବ ସୁନ୍ଦରୀ । ବାଘୁଣୀ ‘ସୁନ୍ଦରୀ’ କୁ ନେବା ପାଇଁ ରବିବାର ମଧ୍ୟପ୍ରଦେଶର କାହ୍ନାରୁ ସାତକୋଶିଆକୁ ଆସୁଛନ୍ତି ୬ ଜଣିଆ ଟିମ । ଏହି ଟିମରେ ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫ ରୁ ୬ ଜଣ କର୍ମଚାରୀ ରହିଛନ୍ତି । ଏହି ଟିମରେ ଜଣେ ଏସିସିଏଫ ଓ ଡାକ୍ତର ବି ଅଛନ୍ତି। ଏହି ଟିମର ସଦସ୍ୟମାନେ ପ୍ରଥମେ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ ।

ସୁନ୍ଦରୀ ସୁସ୍ଥ ଥିଲେ ସ୍ବତନ୍ତ୍ର ଗାଡିରେ କାହ୍ନାର ‘ଘୋରେଲା’କୁ ନିଆଯିବ । ତେବେ ସୁନ୍ଦରୀ କେବେ ଫେରିବ ସେନେଇ ନିଷ୍ପତ୍ତି ହୋଇନାହିଁ ।ମଧ୍ୟପ୍ରଦେଶରୁ ଆସିଥିବା ଏହି ଟିମ ୩ରୁ ୪ ଦିନ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । କାହ୍ନାରେ ବଡ଼ ପୁନଃନିର୍ମାଣ କେଜ ଅଛି । ସେଠାକୁ ଘାସ ଖିଆ ଜନ୍ତୁ ଛଡ଼ା ଯାଇ ପୁଣିଥରେ ସୁନ୍ଦରୀର ବନ୍ୟ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ତେବେ ସୁନ୍ଦରୀକୁ ଆଣିବା ଆମ ପାଇଁ ଗୋଟେ ଶିକ୍ଷା ଥିଲା । ଏଥିରେ ବାଧା ସୃଷ୍ଟି ହୋଇଥିଲା । ହେଲେ ଏହି ପ୍ରକଳ୍ପ ଫେଲ ହୋଇନାହିଁ। ଏନଟିସିଏର ନିୟମ ପୁଣି ପାଳନ ହେଲେ, ଏହି ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ଶଶୀ ପଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ