Masthead

ବଢ଼ିଲା କମର୍ସିଆଲ ଗ୍ୟାସ ଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ପୁଣି ମହଙ୍ଗା ମାଡ଼। ବୃଦ୍ଧି ପାଇଛି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ପ୍ରତି ମାସର ପହିଲାରେ ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ହୁଏ। ଅକ୍ଟୋବର ୧ ତାରିଖରେ ମଧ୍ୟ ଅଏଲ ମାର୍କେଟିଂ କମ୍ପାନୀ ଗ୍ୟାସ୍ ଦରରେ ପରିବର୍ତ୍ତନ କରିଛି। ୧୯ କିଲୋଗ୍ରାମ ଗ୍ୟାସ୍ ଯୁକ୍ତ କମର୍ସିଆଲା ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଛି। ଇଣ୍ଡିଆନ୍ ଅଏଲ୍ର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି।

ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ। କମର୍ସିଆଲ ଗ୍ୟାସ୍ ସିଲିଣ୍ଡରା ଦାମ ବଢ଼ିବା ଯୋଗୁ ରେଷ୍ଟୁରାଣ୍ଟ, ହୋଟେଲ, ଢ଼ାବାରେ ଖାଇବା ମହଙ୍ଗା ହେବ। କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରଗୁଡିକ ଏହି ସ୍ଥାନଗୁଡିକରେ ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହୁଏ। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ପ୍ରାୟ ୩୯ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ଅଗଷ୍ଟ ମାସରେ ୮ରୁ ୯ ଟଙ୍କା ବୃଦ୍ଧି ପାଇଥିଲା। ତେବେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ କମ୍ପାନୀଗୁଡ଼ିକ କୌଣସି ପରିବର୍ତ୍ତନ କରିନାହାଁନ୍ତି। ପୂର୍ବ ପରି ଏହା ୮୩୦ ଟଙ୍କାରେ ଉପଲବ୍ଧ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ