Masthead

୨୩ରେ ନାମାଙ୍କନ ଦାଖଲ କରିବେ ପ୍ରିୟଙ୍କା, ରାହୁଲଙ୍କ ସହ କରିବେ ରୋଡ ଶୋ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱାୟନାଡ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସନ୍ତା ୨୩ ରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିବେ । ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ । ପରେ ଉଭୟେ ଏକ ରୋଡ ଶୋ’ରେ ସାମିଲ ହେବେ । ଏହା ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ନିର୍ବାଚନ ହେବ ।

ତାଙ୍କ ବିପକ୍ଷରେ ବିଜେପି ନବ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି । ଗତ ଲୋକସଭା ନିର୍ବାଚନରେ ରାହୁଲ ଉଭୟ ୱାୟନାଡ ଓ ଉତ୍ତରପ୍ରଦେଶର ରାୟବରେଲିରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ଆସନରେ ସେ ବିଜୟୀ ହେବା ପରେ ଆଇନଗତ ଦୃଷ୍ଟିରୁ ୱାୟନାଡ ଆସନ ଛାଡିଥିଲେ । ଫଳରେ ଏଠାରେ ଉପନିର୍ବାଚନ ହେଉଛି । ୱାୟନାଡରେ ଆସନ୍ତା ନଭେମ୍ବର ୧୩ରେ ଭୋଟ ଗ୍ରହଣ କରାଯିବ ଏବଂ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ