Masthead

ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିର, ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

ବସ୍ତା (ବଡ଼ ଖବର ବ୍ୟୁରୋ): ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିରକୁ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ । ବସ୍ତା ବ୍ଲକ୍ ତେନ୍ତୁଳିଆ, ଯୁଣବଳଦା, ବରଡ଼ା ଓ ରେଣୁପଦା ମୌଜାର ଦୁଇଶହ ପାଞ୍ଚ ଏକର ଘରୋଇ ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ନେବ ଇଡକୋ। ଏଥି ନିମନ୍ତେ ବସ୍ତା ବ୍ଲକ୍ ଅନ୍ତର୍ଗତ କୁଳିଦା ପଞ୍ଚାୟତରେ ଜିଲା ପ୍ରଶାସନ ଓ ଏନସିଡ଼ିଏସ୍ ଏବଂ ମାନବାଧିକାର ସାମାଜିକ ମଞ୍ଚର ସଞ୍ଚାଳନାରେ ଆୟୋଜିତ ଜମି ଅଧିଗ୍ରହଣ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶିନୀ ମଲ୍ଲିକ,ଏଲ ଏ ଓ ରଘୁନାଥ ଟୁଡୁ,ବସ୍ତା ତହସିଲଦାର ରାଧା ରଞ୍ଜନ ଦାସ,ଇଡକୋ ଡେପୁଟି ମ୍ୟାନେଜର ସ୍ମୃତିରଞ୍ଜନ ମଲ୍ଲିକ,ଇଡ଼କୋ ଏଡ଼ିସନାଲ ଲ୍ୟାଣ୍ଡ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।

କୁଳିଦା ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କୁ ନେଇ ଏହି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜମି ମାଲିକମାନେ ନିଜର ଚାଷ ଜମିକୁ ଶିଳ୍ପ ସଂସ୍ଥାକୁ ଦେବାକୁ ଅରାଜି ହେବା ସହ ଏହାକୁ ତୀବ୍ର ବିରୋଧ କରିଥିଲେ। ପୂର୍ବରୁ ସୁବର୍ଣ୍ଣରେଖା ବନ୍ଦର ରେଳ ଲାଇନ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ହୋଇଥିବା ବେଳେ ଜମି ମାଲିକ ପରିବାର ସଦସ୍ୟରୁ ଜଣକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପର ମୁହୂର୍ତ୍ତରେ କିଛି ଲୋକଙ୍କୁ କମ୍ପାନୀ ପକ୍ଷରୁ ପ୍ରଶିକ୍ଷଣ ସହିତ ଅନ୍ୟରାଜ୍ୟକୁ ପଠାଇଥିବା ଅଭିଯୋଗ କରିଥିଲେ।ସେହିଭଳି ଜିଲାରେ ଇସ୍ପାତ,ବିର୍ଲା ଓ ବାଲିଆପାଳରେ ଇଡ଼କୋ ଦ୍ବାରା ମଧ୍ୟ ଜମି ଅଧିଗ୍ରହଣ ନାଁରେ ପରିବାର ସଦସ୍ୟରୁ ଜଣକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପର ମୁହୂର୍ତ୍ତରେ ତାହା ପ୍ରତାରଣା ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ଏଣୁ ଚାଷ ଜମିକୁ ଛାଡ଼ି ପଡ଼ିଆ ପଡ଼ିଥିବା ସରକାରୀ ଜମିରେ ଶିଳ୍ପ ପ୍ରତିଷ୍ଠା ହେଉ ବୋଲି ଚାଷୀମାନେ ଅଧିକାରୀଙ୍କୁ ଜଣାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ