Masthead

ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପର ସଣ୍ଡେର ସୁପର ମୁକାବିଲା । ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦିନ ୩ଟାରେ ଆରମ୍ଭ ହେବ ମ୍ୟାଚ । ଦୁଇଦେଶ ମଧ୍ୟରେ ଏସିଆ କପର ଗ୍ରୁପ ପର୍ୟ୍ୟାୟ ମ୍ୟାଚରେ ପ୍ରଥମ ମ୍ୟାଚ ଗତ ରବିବାର ଦିନ ହୋଇଥିଲା । ହେଲେ ବର୍ଷା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା । ତେବେ ଆଜିର ମ୍ୟାଚ ପାଇଁ ବାବାର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଏକଦାଶ ଟିମ ଘୋଷିତ ହୋଇସାରିଛି ।

ଯଦି ଆଜି ବର୍ଷା ଯୋଗୁ ମ୍ୟାଚ ବାତିଲ ହୋଇଯାଏ । ତେବେ ରିଜର୍ପ ଡେରେ ଆସନ୍ତାକାଲି ମ୍ୟାଚ ଖେଳାଯିବ । କାଣ୍ଡିରେ ବର୍ଷା ଯୋଗୁଁ କିଛି ମ୍ୟାଚ ବାଧାପ୍ରାପ୍ତ ହେବା ପରେ ସୁପର-୪ ପର୍ଯ୍ୟାୟ କଲମ୍ବୋରେ ପହଂଚିଛି । ମ୍ୟାଚ ପୂର୍ବରୁ ରୋହିତ ଶର୍ମାଙ୍କ ଦଳ ପାଇଁ ବଡ଼ ଆହ୍ୱାନ ହେବ ଚୂଡ଼ାନ୍ତ ଏକାଦଶ ବାଛିବା ।  ଦଳକୁ ଫେରିଥିବା କେଏଲ ରାହୁଲଙ୍କୁ ୱିକେଟ ରକ୍ଷକ ଭାବେ ଖେଳାଇବ ନାଁ ଇଶାନ କିଶାନଙ୍କୁ ପୁଣି ଏକ ସୁଯୋଗ ଦେବ ତାହା ଦଳ ପାଇଁ ବଡ଼ ନିଷ୍ପତ୍ତି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ