Before Header

ବ୍ରହ୍ମପୁରରେ ମୋଦି

0 1,029

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ବ୍ରହ୍ମପୁରରେ ପହଞ୍ଚିଲେ ମୋଦି ।କନିଷି ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରେ ଦେଖାଦେଇଛି ଭିନ୍ନ ମାହୋଲ । ତାଙ୍କ ଉପସ୍ଥିତିକୁ ନେଇ ଜନତା ଓ ନେତାଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦି । ମୋଦିଙ୍କୁ ସ୍ୱାଗତ ପାଇଁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଜନସାଧାରଣ ।

ସକାଳ ପ୍ରାୟ ୯ଟାରେ ମୋଦି ଭୁବନେଶ୍ୱର ରାଜଭବନରୁ ବାହାରି ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଗସ୍ତରେ ବାହାରିଥିଲେ । ଏବେ ସେ ବ୍ରହ୍ମପୁରରେ ପହଞ୍ଚି ସାରିଛନ୍ତିା ପୁଣି ଥରେ ମୋଦି ସରକାର ଏହି କଥାକୁ ଲୋକଙ୍କ ପାଖରେ ସୁନିଶ୍ଚିତ କରିବାକୁ ଚେଷ୍ଟା କରିବେ ମୋଦି ।

Leave A Reply

Your email address will not be published.