Masthead

ବିଜେପିରେ ମିଶିଲେ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଲେ ଦେଶର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ । ଜେଜେ ଜ୍ଞାନୀ ଜୈଲ ସିଂହଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ବିଜେପିରେ ମିଶିଥିବା କହିଛନ୍ତି । ତେବେ ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ କହିଛନ୍ତି, ଏହି ଘଟଣା ଦଳ ପଞ୍ଚବାସୀଙ୍କ ହୃଦୟରେ କେମିତି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ସେ କଥାକୁ ଦର୍ଶାଉଛି ।

ଇନ୍ଦରଜିତ ସିଂହ କହିଛନ୍ତି, କଂଗ୍ରେସ ମୋ ଜେଜେ ବାପାଙ୍କ ସହ ଉଚିତ ବ୍ୟବହାର କରିନଥିଲା । ମୋ ଜେଜେ ବାପା ସବୁବେଳେ ଚାହୁଁଥିଲେ ମୁଁ ବିଜେପିରେ ଯୋଗ ଦିଏ । ସେ ମୋତେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଓ ବିଜେପିର ମହାନ ନେତା ଲାଲ କୃଷ୍ଣ ଆଡଭାନୀଙ୍କ ସହ ପରିଚୟ କରାଇଦେଇଥିଲେ । ସେ ଆହୁରି କହିଛନ୍ତି ଯେ, ଆଜି ମୋ ଜେଜେ ବାପାଙ୍କ ସ୍ୱପ୍ନ ପୂରଣ ହୋଇଛି।

ସେ ଦୁଖଃପ୍ରକାଶ କରି କହିଛନ୍ତି, ଆପଣମାନେ ଜାଣିଥିବେ କଂଗ୍ରେସ ମୋ ଜେଜେ ବାପାଙ୍କ ସହ କେମିତି ବ୍ୟବହାର କରିଥିଲା । ସେ ଦଳ ପାଇଁ ବହୁତ କିଛି କରିଥିଲେ । ହେଲେ ଦଳ ତାଙ୍କ ସହ ବହୁତ ଖରାପ ବ୍ୟବହାର କରିଥିଲା । ତାଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁଁ ହୋଇନଥିଲା ନା ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ଥିଲା, ସେ କଥା ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ସୂଚନା ଅନୁସାରେ,୧୯୮୨ରୁ ୧୯୮୭ ଯାଏ ଜ୍ଞାନୀ ଜୈଲ ସିଂହ ଦେଶର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ