Masthead

ହକି ମହାମୁକାବିଲାରେ ମ୍ୟାଚରେ ଭାରତର ବଡ଼ ବିଜୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହକି ମହାମୁକାବିଲାରେ ଭାରତକୁ ବୃହତ୍ ବିଜୟ । ମଙ୍ଗଳବାର ଏଫଆଇଏଚ ପ୍ରୋ ଲିଗ ହକିର ୨୦୨୪-୨୫ର ଥିଲା ଶେଷ ଦିନ । ବିଶ୍ୱର ଏକ ନମ୍ବର ଦଳକୁ ନିଜ ମାଟିରେ ଧୂଳି ଚଟାଇ ହକିପ୍ରେମୀଙ୍କ ମନ ଜିଣିଲେ ଉଭୟ ପୁରୁଷ ଓ ମହିଳା ଦଳ । ମହିଳା ହକି ଟିମ ନେଦରଲାଣ୍ଡକୁ ହରାଇଲା ଭାରତ। ସୁଟଆଉଟରେ ନେଦରଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି ଭାରତୀୟ ମହିଳା ଟିମ। ମ୍ୟାଚର ପ୍ରଥମ ହାଫରେ ଡ଼ଚ ଟିମ ଡୋମିନେଟ କରିବା ସହ ପ୍ରଥମ ହାଫ ସୁଦ୍ଧା ୨-୦ ଗୋଲରେ ଆଗୁଆ ରହିଥିଲା।

ମ୍ୟାଚର ଦ୍ଵିତୀୟ ହାଫରେ ଭାରତୀୟ ଦଳ କମବ୍ୟାକ କରି ଉଭୟ ଗୋଲ ପରିଶୋଧ କରିବା ସହ ମ୍ୟାଚକୁ ୨-୨ରେ ବରାବର ରଖିଥିଲା। ପରବର୍ତୀ ସମୟରେ ସୁଟ ଆଉଟରେ ଗୋଲକିପର ସବିତା ପୁନିଆଙ୍କ ଭଲ ପ୍ରଦର୍ଶନ ବଳରେ ମ୍ୟାଚକୁ ଜିତି ନେଇଛି ଭାରତ। ପେନାଲ୍ଟି ସୁଟ ଆଉଟରେ ୨-୧ ରେ ଭାରତ ଏହି ମ୍ୟାଚକୁ ଜିତି ଯାଇଛି। ଅନ୍ୟପଟେ ପୁରୁଷ ଦଳ ମଧ୍ୟ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଛି। ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅଧିନାୟକ ହର୍ମନପ୍ରିତ ସିଂ। ଯାହାକୁ ନେଇ ପୁରା ଷ୍ଟାଡିୟମ ଉତ୍ସବ ମୁଖର ହୋଇଉଠିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ