Masthead

ହକି ମହାମୁକାବିଲାରେ ମ୍ୟାଚରେ ଭାରତର ବଡ଼ ବିଜୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହକି ମହାମୁକାବିଲାରେ ଭାରତକୁ ବୃହତ୍ ବିଜୟ । ମଙ୍ଗଳବାର ଏଫଆଇଏଚ ପ୍ରୋ ଲିଗ ହକିର ୨୦୨୪-୨୫ର ଥିଲା ଶେଷ ଦିନ । ବିଶ୍ୱର ଏକ ନମ୍ବର ଦଳକୁ ନିଜ ମାଟିରେ ଧୂଳି ଚଟାଇ ହକିପ୍ରେମୀଙ୍କ ମନ ଜିଣିଲେ ଉଭୟ ପୁରୁଷ ଓ ମହିଳା ଦଳ । ମହିଳା ହକି ଟିମ ନେଦରଲାଣ୍ଡକୁ ହରାଇଲା ଭାରତ। ସୁଟଆଉଟରେ ନେଦରଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି ଭାରତୀୟ ମହିଳା ଟିମ। ମ୍ୟାଚର ପ୍ରଥମ ହାଫରେ ଡ଼ଚ ଟିମ ଡୋମିନେଟ କରିବା ସହ ପ୍ରଥମ ହାଫ ସୁଦ୍ଧା ୨-୦ ଗୋଲରେ ଆଗୁଆ ରହିଥିଲା।

ମ୍ୟାଚର ଦ୍ଵିତୀୟ ହାଫରେ ଭାରତୀୟ ଦଳ କମବ୍ୟାକ କରି ଉଭୟ ଗୋଲ ପରିଶୋଧ କରିବା ସହ ମ୍ୟାଚକୁ ୨-୨ରେ ବରାବର ରଖିଥିଲା। ପରବର୍ତୀ ସମୟରେ ସୁଟ ଆଉଟରେ ଗୋଲକିପର ସବିତା ପୁନିଆଙ୍କ ଭଲ ପ୍ରଦର୍ଶନ ବଳରେ ମ୍ୟାଚକୁ ଜିତି ନେଇଛି ଭାରତ। ପେନାଲ୍ଟି ସୁଟ ଆଉଟରେ ୨-୧ ରେ ଭାରତ ଏହି ମ୍ୟାଚକୁ ଜିତି ଯାଇଛି। ଅନ୍ୟପଟେ ପୁରୁଷ ଦଳ ମଧ୍ୟ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଛି। ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅଧିନାୟକ ହର୍ମନପ୍ରିତ ସିଂ। ଯାହାକୁ ନେଇ ପୁରା ଷ୍ଟାଡିୟମ ଉତ୍ସବ ମୁଖର ହୋଇଉଠିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା