Masthead

ସଜେଇ ହୋଇ ବସିଛି ଅଯୋଧ୍ୟା, ଆସିବେ ରାମଲାଲା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଜିକମିକ ଆଲୁଆରେ ଝଲସୁଛି ରାମ ମନ୍ଦିର। ଫୁଲର ଦୋଳିରେ ଖେଳୁଛି ଅଯୋଧ୍ୟା। ଦେଶ ବିଦେଶରୁ ଆସିଲେଣି ଅଗଣିତ ଭକ୍ତ। ଅପେକ୍ଷାରେ ସମସ୍ତଙ୍କ ଆଖି..କେତେେବେଳ ଦେଖିବେ ସେ ଦିବ୍ୟ ମୁହୂର୍ତ୍ତ। କେତେବେଳେ ପିଣ୍ଡରେ ପଶିବ ପ୍ରାଣ। କେତେବେଳେ ରାମଲାଲାଙ୍କ ମନ୍ଦିରରେ ପଡ଼ିବ ପାଦ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମସ୍ତଙ୍କ ହୃଦୟରେ ବସିସାରିଛନ୍ତି ପ୍ରଭୁ ଶ୍ରୀରାମ। ଭକ୍ତମୟ ସହ ଭକ୍ତିମୟ ପରିବେଶ ହେଲାଣି ଅଯୋଧ୍ୟା ଧାମ।

ଆଉ ମାତ୍ର କିଛି ଘଣ୍ଟାକୁ ଅପେକ୍ଷା। ସଜେଇ ହୋଇ ବସିଛି ଅଯୋଧ୍ୟା। ଅନ୍ଧାର ରାତିର ଦୀପ ସତେ ଯେମିତି ଅଯୋଧ୍ୟାରେ ଦିପାବଳୀ ଚାଲିଛି। ବନବାସରୁ ଫେରି ପ୍ରଭୁ ଆସୁଛନ୍ତି। ସମସ୍ତଙ୍କ ମନରେ ରାମ ରସର ଅଲିଭା ଦୀପ। ପ୍ରଭୁଙ୍କ ଆଗମନରେ ଝଳସି ଉଠିଲାଣି ପ୍ରଭୁଙ୍କ ଜନ୍ମପୀଠ। ଆନନ୍ଦ ଉଲ୍ଲାସ ସହ ଆଲୋକର ସମ୍ଭାର। ଆଲୋକିତ ହୋଇ ଉଠିଛି ଶ୍ରୀରାମଙ୍କ ମନ୍ଦିର। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ରାମ ମନ୍ଦିରର ସାଜସଜ୍ଜା ଦେଖାଯାଇଛି ।

ଏହି ଭିଡିଓରେ ଦେଖାଯାଇଛି ଯେ, ମନ୍ଦିରର କାନ୍ଥ ଏବଂ ପିଲାରଗୁଡ଼ିକୁ ଫୁଲ ଏବଂ ବିଭିନ୍ନ ଜିକମିକ ଆଲୋକରେ ସୁନ୍ଦର ରୂପ ଦିଆଯାଉଛି । ଏହାବ୍ୟତୀତ ମନ୍ଦିରର ଉପରିଭାଗକୁ ମଧ୍ୟ ଖୁବ ସୁନ୍ଦର ଭାବରେ ସଜେଇ ଦିଆଯାଇଛି । ଏଥିପାଇଁ ଅନେକ କର୍ମଚାରୀ ନିୟୋଜିତ ହୋଇ ରହିଛନ୍ତି । କେବଳ ବାହାରେ ନୁହେଁ, ରାମ ମନ୍ଦିରର ଭିତର ପରିବେଶକୁ ମଧ୍ୟ ଫୁଲରେ ଖୁବ ସୁନ୍ଦର ଭାବରେ ସାଜସଜ୍ଜା କରାଯାଉଛି । ବିଶେଷ କରି ହଳଦିଆ, ଧଳା, ଲାଲ ଏବଂ ବାଇଗଣୀ ରଙ୍ଗର ଫୁଲଗୁଡ଼ିକୁ ପ୍ରମୁଖ ରଙ୍ଗ ଭାବରେ ସାଜସଜ୍ଜା ପାଇଁ ବ୍ୟବହାର କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା