Before Header

ବିଜୟ ପାଇଁ ଭାରତକୁ ଦରକାର ୨୭୩ ରନ

0 47

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ବକପ ମହା ମୁକାବିଲାରେ ଆଜି ଆଫଗାନିସ୍ତାନକୁ ଭେଟିଛି ଭାରତ । କ୍ରମାଗତ ଦ୍ୱିତୀୟ ମ୍ୟାଚକୁ ନିଜ ନାଁରେ କରିବା ପାଇଁ ରୋହିତ ବାହିନୀକୁ ୨୭୩ ରନର ଟାର୍ଗେଟ ଦେଇଛି। ଆଜି ଦିଲ୍ଲୀରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରାଇ ୨୭୨ ରନ ସଂଗ୍ରେହ କରିପାରିଛି ।

ଆଫଗାନସ୍ତାନ ପକ୍ଷରୁ ଅଧିନାୟକ ହଶମତୁଲ୍ଲା ଶାହିଦି ଓ ଅଜମତୁଲ୍ଲା ଓମରଜାଇ ଦମଦାର ବ୍ୟାଟିଂ କରିଛନ୍ତି। ଶାହିଦି ୮୮ ବଲରେ ୮୦ ରନ କିରିଥିବା ବେଳେ ଓମରଜାଇ ୬୨ ରନର ଇନିଂସ ଖେଳିଛନ୍ତି। ଏହି ଦୁଇ ବ୍ୟାଟରଙ୍କୁ ଛାଡ଼ି ଦେଲେ, ଆଉ କୌଣସି ଆଫଗାନ ଖେଳାଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

 

Leave A Reply

Your email address will not be published.