Masthead

ଭାରତ ଏବେ କରୋନା ସୁରକ୍ଷିତ ଦେଶ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଟିକାକରଣ ୧୦୦ କୋଟିକୁ ଟପିଛି । ଯାହାକୁ ନେଇ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି । ଆମେ ଶୀଘ୍ର କରୋନା ବିରୋଧରେ ଯୁଦ୍ଧରେ ଜିତିବା । ଯେ ପର୍ଯ୍ୟନ୍ତ ଏ ଯୁଦ୍ଧ ସରି ନାହିଁ ସେ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଛାଡିବା ନାହିଁ ।

ପାର୍ବଣ ସମୟରେ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି । ମୁଁ ଅନୁରୋଧ କରୁଛି ଯେ ଆମ ପର୍ବକୁ ଅତି ସତର୍କତାର ସହିତ ପାଳନ କରିବାକୁ ପଡିବ । ସେ କହିଛନ୍ତି ଯେ ଏହି ମହାମାରୀ ଆରମ୍ଭରେ ଏହା କୁହାଯାଉଥିଲା ଯେ ଭାରତ ଭଳି ଦେଶ ଏହାର ମୁକାବିଲା କରିବା କଷ୍ଟକର ହେବ । ମାଗଣା ଟିକା ଅଭିଯାନ ଦେଶର ସମସ୍ତଙ୍କୁ ନେଇ ଆରମ୍ଭ ହୋଇଥିଲା ।

ଟିକାକରଣ କାର୍ଯ୍ୟକ୍ରମକୁ ‘ଭିଆଇପି’ ସଂସ୍କୃତି ନିୟନ୍ତ୍ରଣାଧୀନ କରାଇ ଦେଇନାହୁଁ ଏବଂ ସମସ୍ତଙ୍କ ପ୍ରତି ସମବିଚାର ହୋଇଥିବା ଆମେ ସୁନିଶ୍ଚିତ ବୋଲି ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱର ଦେଶମାନେ ଆମକୁ ପ୍ରଶଂସା କରୁଥିବା ବେଳେ ଅଧିକାଂଶ ଦେଶ ଜାଣିପାରିବେ ନାହିଁ, ଆମେ କେମିତି ଏହି ଅଭିଯାନ ଆରମ୍ଭ କରିଥିଲୁ । କେତେବେଳେ ଆମେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା