Masthead

ଯଦି ନୱାଜଙ୍କୁ ମୋଦି ଭେଟି ପାରୁଛନ୍ତି ତେବେ ଶରଦ ଆଉ ଅଜିତ କାହିଁକି ନୁହେଁ: ସଞ୍ଜୟ ରାଉତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ଅଜିତ ପାୱାରଙ୍କ ମଧ୍ୟରେ ଶନିବାର ପୁଣେ ଠାରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟରେ ଭେଟ ହୋଇଛି । ଏହି ଭେଟ ବେଳେ ଉଭୟଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା କୁହାଯାଉଛି । ଯାହାକୁ ନେଇ ନାସନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାୱାର ଓ ଅଜିତ ପାୱାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ କହିଛନ୍ତି ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ କରିପାରିବେ ତେବେ ସେମାନେ କାହିଁକି ସାକ୍ଷାତ କରିପାରିବେ ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଯେ ଶରଦ ପାୱାର ଅଜିତ ପାୱାରଙ୍କୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଯୋଗଦେବାକୁ ନିମନ୍ତ୍ରଣ କରିଥାଇ ପାରନ୍ତି।ସଞ୍ଜୟ ରାଉତଙ୍କୁ ପଚରାଯାଇଥିଲା ଯେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଏକ ବୈଠକର ଖବର ରହିଛି। ତେବେ ଉଭୟ ନେତା ସେମାନଙ୍କ କଥା ପାଳନ କରି ନାହାଁନ୍ତି। ଏହାର ଜବାବରେ ସଞ୍ଜୟ ରାଉତ ଥଟ୍ଟା କରି କହିଛନ୍ତି, ‘ଯେଉଁଠି ନୱାଜ ସରିଫ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ କରିପାରିବେ, ସେଠି ଶରଦ ପାୱାର, ଅଜିତ ପାୱାରଙ୍କୁ ଭେଟି ପାରିବେ ନାହିଁ କାହିଁକି। ବୋଧହୁଏ ଶରଦ ପାୱାର ଅଜିତ ପାୱାରଙ୍କୁ ନିମନ୍ତ୍ରଣ କରିଥାଇପାରନ୍ତି ଯେ ଆପଣ କାହିଁକି ଇଣ୍ଡିଆରେ ଯୋଗ ଦେଉନାହାଁନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ