Masthead

ଇସ୍ରାଏଲରୁ ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ ଅଜୟ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆଜି ଭାରତ ସରକାର ‘ଅପରେସନ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି। ଯେଉଁ ଭାରତୀୟମାନେ ଫେରିବାକୁ ଚାହିବେ ତାଙ୍କୁ ଭାରତ ଫେରିବା ପାଇଁ ସୁବିଧା ଯୋଗାଇ ଦିଆଯିବ ବୋଲି ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଛନ୍ତି। ତାମିଲନାଡ଼ୁରୁ ଅଧ୍ୟୟନ, ବ୍ୟବସାୟ ଏବଂ ଭ୍ରମଣ ଉଦ୍ଦେଶ୍ୟରେ ଇସ୍ରାଏଲ ଯାଇଥିବା ୮୪ ଜଣ ନାଗରିକ ସେଠାରୁ ତତ୍କାଳ ଫେରିବା ପାଇଁ ଗତକାଲି ସରକାରଙ୍କ ସହାୟତା‌ ଲୋଡ଼ିଥିଲେ।

ତାମିଲନାଡ଼ୁର କିଛି ଛାତ୍ର ତେଲ ଅଭିଭ୍‌ ୟୁନିଭର୍ସିଟି, ଜେରୁଜେଲମ ୟୁନିଭର୍ସିଟି, ବେନ୍‌ ଗୁରିଅନ ଏବଂ ପୂର୍ବ ଜେରୁଜେଲମର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ତେବେ ଫସିଥିବା ତାମିଲମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି।ସେପଟେ ଗାଜା ସହର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ରଖିଛି । ଇସ୍ରାଏଲର ଆକ୍ରମଣରେ ୬ ଦିନରେ ୧୨୦୦ ଜଣଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଚେତାବନୀ । ହମାସକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବୁ କହିଲେ ନେତାନ୍ୟାହୁ । ଖାଦ୍ୟ ଓ ଇନ୍ଧନ ଯୋଗାଣ ଇସ୍ରାଏଲ ବନ୍ଦ କରିବାରୁ ଗାଜାରେ ଜଟିଳ ସ୍ଥିତି -ଏକମାତ୍ର ପାୱାର ପ୍ଲାଣ୍ଟ ଠପ୍‌, ଗାଜାରେ ଭୟାନକ ମାନବୀୟ ସଙ୍କଟ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା