ରୋହିତଙ୍କ ରେକର୍ଡ ବର୍ଷା, ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନିକିଆ ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ । ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଜିତିଲା ଟିମ୍‌ ଇଣ୍ଡିଆ । ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି ଦିନିକିଆ ବିଶ୍ୱକପରେ ଅପରାଜେୟ ରହିଛି ଟିମ୍‌ ଇଣ୍ଡିଆ । ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୩୫ ଓଭରରେ ୨ ୱିକେଟ ହରାଇ ପୂରା କରିଛି। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୨ ରନ୍‌ର ଟାର୍ଗେଟ ଦେଇଥିଲା । ଆଫଗାନିସ୍ତାନ ପକ୍ଷରୁ ଅଧିନାୟକ ହାସମତୁଲା ସାହିଦି ସର୍ବାଧିକ ୮୦ ରନ୍‌ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ଟି ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ଆକ୍ତିଆର କରିଥିଲେ। ୨୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଅଧିନାୟକ ରୋହିତ ଶର୍ମା। ମାତ୍ର ୬୩ ବଲ୍‌ରେ ଶତକ ହାସଲ କରି ସେ ରେକର୍ଡ ସୃଷ୍ଟି କରିଥିଲେ । ବିସ୍ପୋରକ ବ୍ୟାଟିଂ କରି  ଶତକକୁ ମିଶାଇ ବିଶ୍ୱକପରେ ସର୍ବାଧିକ ସାତଟି ସେଞ୍ଚୁରୀ ହାସଲ କରିଛନ୍ତି ରୋହିତ । ବିଶ୍ୱକପ୍ ଇତିହାସରେ ସଚିନ ତେନ୍ଦୁଲକର ସର୍ବାଧିକ ୬ଟି ଶତକ ହାସଲ କରିଥିଲେ। କିନ୍ତୁ ଏହି ମ୍ୟାଚରେ ରୋହିତ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ତେନ୍ଦୁଲକର ୬ଟି ବିଶ୍ୱକପ ଖେଳି ଏହି ଉପଲବ୍ଧି ହାସଲ କରିଥିବାବେଳେ ରୋହିତ ମାତ୍ର ୩ଟି ବିଶ୍ୱକପ୍‌ ଖେଳି ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ରୋହିତ ୮୪ ବଲ୍‌ରେ ୧୩୧ ରନ୍‌ କରି ଆଉଟ ହୋଇଥିଲେ। ରୋହିତଙ୍କ ସହ ଇଶାନ କିଶାନ ମଧ୍ୟ ୪୭ ରନ୍ କରିଥିଲେ। ଏହି ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ବିରାଟ କୋହଲି ଅପରାଜିତ ୫୫ ରନ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଆଜି ମୁହାଁମୁହିଁ ହେବ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି