Masthead

ଭାରତ -ଅଷ୍ଟ୍ରେଲିଆ ଆଜି ଦ୍ୱିତୀୟ ଟେଷ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତ -ଅଷ୍ଟ୍ରେଲିଆର ଆଜି ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଫିରୋଜ ଶାହ କୋଟଲାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ନାଗପୁରରେ ଏକତରଫା ବିଜୟ ପରେ ଦିଲ୍ଲୀରେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ଭାରତ । ସେପଟେ କଙ୍ଗାରୁ ଦଳ ମଧ୍ୟ ଆଜି ଜିତିବାର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେବ। ତଥାପି ଭାରତ ୨ୟ ଟେଷ୍ଟ ଜିତି ୨-୦ରେ ଆଗୁଆ ହେବାକୁ ଫେଭରିଟ୍‌। ପ୍ରଥମ ଟେଷ୍ଟରେ ୧୦ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲେ ଆର୍ଆର୍‌ଆର୍‌ (ରବୀନ୍ଦ୍ର, ରୋହିତ, ରବିଚନ୍ଦ୍ରନ୍‌)।

ଦିଲ୍ଲୀ ପିଚ୍‌ରେ ଜାଡ଼େଜା ଓ ଅଶ୍ବିନଙ୍କ ସହ ଅକ୍ଷର ପଟେଲ ଅଷ୍ଟ୍ରେଲିଆ ବ୍ୟାଟିଂକୁ କଡ଼ା ଆହ୍ବାନ ଦେବେ। ନାଗପୁରରେ ଅଶ୍ବିନ ୮ଟି ଓ ଜାଡ଼େଜା ୭ଟି ୱିକେଟ ନେଇଥିଲେ। ପୁଣି ଜାଡ଼େଜା ୭୦ ଓ ଅକ୍ଷର ୮୪ ରନ୍‌ କରିବା ଅଷ୍ଟ୍ରେଲିଆକୁ ବହୁତ ବାଧିଥିଲା। ଦିଲ୍ଲୀରେ ମାତ୍ର ୪ଟି ଟେଷ୍ଟରୁ ଅଶ୍ବିନ ୨୭ଟି ୱିକେଟ ନେଇଛନ୍ତି। ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାୟ ଆୟର ଖେଳିପାରନ୍ତି। କାରଣ ଆୟରଙ୍କ ଟେଷ୍ଟ ଆଭ୍‌ରେଜ୍‌ ୫୬.୭୨। ଅଷ୍ଟ୍ରେଲିଆ ନିକଟରେ ବିକଳ୍ପ ସୀମିତ। ମିଚେଲ ଷ୍ଟାର୍କ ପୂରା ସୁସ୍ଥ ହୋଇଥିଲେ ସ୍କଟ୍‌ ବୋଲାଣ୍ଡଙ୍କ ସ୍ଥାନରେ ଖେଳିବେ। ଜୋସ୍ ହାଜେଲଉଡ୍‌ ଫିଟ୍‌ ହୋଇନାହାନ୍ତି।

ଯଦି କାମେରନ୍ ଗ୍ରୀନ୍‌ ଫିଟ୍‌ ଘୋଷିତ ହୁଅନ୍ତି; ତେବେ ମ୍ୟାଟ୍‌ ରେନ୍‌ସାଙ୍କ ସ୍ଥାନରେ ୬ନଂ ସ୍ଥାନରେ ଖେଳିବେ। ଫଳରେ ଜଣେ ପେସ୍‌ ବୋଲରଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ୩ୟ ସ୍ପିନର ଖେଳାଇ ପାରିବ। ତେବେ ଫିଟ୍‌ ଘୋଷିତ ହୋଇଥିବା ମିଚେଲ ଷ୍ଟାର୍କଙ୍କୁ ଏକାଦଶରୁ ବାଦ୍‌ଦେବା ଅଷ୍ଟ୍ରେଲିଆ ପାଇଁ ସହଜ ହେବନାହିଁ। ପୁଣି ବ୍ୟାଟିଂକୁ ମଜ୍‌ଭୁତ କରିବା ଲାଗି ରେନ୍‌ସାଙ୍କ ସ୍ଥାନରେ ଟ୍ରାଭିସ୍ ହେଡ୍‌ ମଧ୍ୟ ଖେଳିପାରନ୍ତି। ତେଣୁ ଚୂଡ଼ାନ୍ତ ଏକାଦଶ ବାଛିବା ନେଇ ଅଷ୍ଟ୍ରେଲିଆ ଚିନ୍ତାରେ ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ