Masthead

ମେ’ ରେ ରାଧେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଗତବର୍ଷ କରୋନା ମହାମାରୀ କାରଣରୁ ମନୋରଞ୍ଜନ ଶିଳ୍ପ ବହୁ ଅସୁବିଧାର ସମୁଖୀନ ହୋଇଥିଲା। ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଗଲା, ରିଲିଜ ତାରିଖକୁ ଘୁଞ୍ଚେଇ ଦିଆଗଲା ଏବଂ କିଛି ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର ଚଳଚ୍ଚିତ୍ରକୁ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କଲୋ ଲକଡାଉନ ପ୍ରତିବନ୍ଧକ ଯୋଗୁଁ ଅନେକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟ ବିଳମ୍ବ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ହେଲା ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ । ଲକଡାଉନ ନିୟମ ପ୍ରତ୍ୟାହାର ହେବା ମାତ୍ରେ ଫିଲ୍ମର ଷ୍ଟାର୍ କାଷ୍ଟ୍ କାର୍ଯ୍ୟ ଆରମ୍ଭ କଲେ ଏବଂ ପ୍ରଶଂସକମାନେ ଫିଲ୍ମର ରିଲିଜ ତାରିଖକୁ ଅପେକ୍ଷା କରିବାକୁ ଲାଗିଲେ। ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ବିଗବସ ୧୪ ର ଗୋଟିଏ ଏପିସୋଡ ସମୟରେ ସଲମାନ ଖାନ ଘୋଷଣା କରିଛନ୍ତି ଯେ, ଫିଲ୍ମଟି ପ୍ରସ୍ତୁତ ହୋଇସାରିଛି ଏବଂ ଖୁବ ଶୀଘ୍ର ମୁକ୍ତିଲାଭ କରିବ ।

ତେବେ ଏହି ଫିଲ୍ମଟି ଚଳିତବର୍ଷ ଇଦରେ ମୁକ୍ତିଲାଭ କରିବ ବୋଲି ଇନଷ୍ଟାରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ଦବଙ୍ଗ ବୟ। ତେବେ ମେ ୧୩ ରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ଏହି ଚଳଚ୍ଚିତ୍ର ସଲମାନଙ୍କ ବ୍ୟତୀତ ଜ୍ୟାକି ସରଫ୍, ଦିଶା ପଟାନୀ, ରଣଦୀପ ହୁଡ୍ଡା ଆଦି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏକ କୋରିଆନ୍ ଅକ୍ସନ ମୁଭିର ଏହା ରିମେକ୍ ବୋଲି ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା