Masthead

ଭାରତ ଗଠନ କରିବ ରକେଟ ଫୋର୍ସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ତେବେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଭାରତ ପକ୍ଷରୁ ରକେଟ ଫୋର୍ସ ଗଠନ କରାଯିବାର କଥା ସାମ୍ନାକୁ ଆସିଛି । ଏହା ଦ୍ୱାରା ଏଲଓସି ଏବଂ ଏଲଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି ସେନା ମୁଖ୍ୟ ବିପିନ ରାୱତ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଚାଇନାର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନକୁ ମୁକାବିଲା କରାଯାଇ ପାରିବ ବୋଲି ସେନା ମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହା ସହ ଦେଶର ସାମରିକ ଶକ୍ତି ପ୍ରତି ସୃଷ୍ଟି ହେଉଥିବା ଆହ୍ୱାନ, ସୁରକ୍ଷା ସିଦ୍ଧାନ୍ତ ଏବଂ ସଶସ୍ତ୍ର ବାହିନୀର ସଂସ୍କାର ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି ବୋଲି ସେନା ମୁଖ୍ୟ କହିଛନ୍ତି ।

ଭାରତର ଦୁଇ ଶତ୍ରୁ ପଡ଼ୋଶୀ ଦେଶ ସହ ସୀମା ବିବାଦ ଲାଗି ରହିଛି । ଅତୀତରେ ଚାଇନା ଏବଂ ପାକିସ୍ତାନ ବହୁଥର ସୀମାରେ ଉତ୍ତେଜନା ସୃଷ୍ଟି କରିଛନ୍ତି । ତେଣୁ ଜାତୀୟ ସୁରକ୍ଷା ସହ ଜଡ଼ିତ ଆହା୍ୱନର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେନା ମୁଖ୍ୟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ପାକିସ୍ତାନର ବନ୍ଧୁ ଚାଇନା ସହଯୋଗରେ ଭାରତ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଛି । ଜାମ୍ମୁ-କାଶ୍ମୀର ଏଲଓସିରେ ପାକିସ୍ତାନ ଯୁଦ୍ଧ କରୁଛି ।

ସମ୍ପ୍ରତି ପଞ୍ଜାବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ପ୍ରକାର ଯୁଦ୍ଧ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ଚାଇନା ମଧ୍ୟ ଦେଶର ଉତ୍ତର ସୀମାରେ ନିଜର ଶକ୍ତି ଦେଖାଇବା ଆରମ୍ଭ କରିଛି । ଦକ୍ଷିଣ ସାଗରରେ ଚାଇନାର ବିସ୍ତାରବାଦୀ ନୀତି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ବର୍ତ୍ତମାନ ଭାରତକୁ ଟେକ୍ନୋଲୋଜି ସହିତ ଏଭଳି ଆକ୍ରମଣର ସାମ୍ନା କରିବାକୁ ପଡ଼ିବ ବିପିନ ରାୱତ ଖୋଲାଖୋଲି ଭାବେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ