Masthead

୭୭ ରନରେ ଜିତିଲା ଚେନ୍ନାଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଇପିଏଲ ୨୦୨୩ର ୬୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୨୩ ରନ କରିଥିବାବେଳେ ୧୪୬ ରନ କରି ଅଟକି ଯାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ୭୭ ରନର ବଡ଼ ବିଜୟ ସହିତ ଚଳିତ ସଂସ୍କରଣର ଲିଗ୍‌ ଯାତ୍ରା ଶେଷ କରିଛି ଚେନ୍ନାଇ । ଏହା ସହିତ ଗୁଜରାଟ ପରେ ଦ୍ୱିତୀୟ ଟିମ୍ ଭାବେ ପ୍ଲେ ଅଫରେ ପହଞ୍ଚିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା ।

ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୧୪୧ ରନ ଯୋଡ଼ିଥିଲେ ଦୁଇ ପ୍ରାରମ୍ଭିକ ବ୍ୟାଟର । ଏହାପରେ ୫୦ ବଲରୁ ୭ ଛକା ଓ ୩ ଚୌକା ବଳରେ ୭୯ ରନ କରି ଚେତନ ସାକରିୟାଙ୍କ ବଲରେ ପାଭିଲିୟନ ଫେରିଥିଲେ ଋତୁରାଜ ଗାଏକୱାଡ । ତେବେ ଧାର୍ୟ୍ୟ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିଥିଲା। ଡିସି ପକ୍ଷରୁ ଡେଭିଡ ୱାର୍ନର ୮୬ ରନ କରିଥିବାବେଳେ ୟଶ ଧୁଲ ୧୩ ରନ, ଅକ୍ଷର ପଟେଲ ୧୫ ରନ କରିଥିଲେ। ସିଏସକେ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୭୯ ରନ କରିଥିବାବେଳେ ଡେଭୋନ କୋନଓ୍ବେ ୮୭ ରନ, ଶିବମ ଦୁବେ ୨୨ ରନ, ଏମଏସ ଧୋନି ୫ ରନ ,ରବିନ୍ଦ୍ର ଜାଡେଜା ୨୦ ରନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ