Masthead

କଟକରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକତ୍ର ହେଲେ ‘ଇଣ୍ଡିଆ’ ମେଣ୍ଟ

କଟକ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକତ୍ର ହେଲେ ‘ଇଣ୍ଡିଆ’ ମେଣ୍ଟ । ସାରା ଦେଶରେ କେନ୍ଦ୍ରସରକାରଙ୍କ ଦ୍ବାରା ଭାରତ ବର୍ଷର ଗଣତନ୍ତ୍ରର ହତ୍ୟା କରାଯାଉଥିବା ଅଭିଯୋଗରେ ପ୍ରତିବାଦ ଜୋର ଧରିଛି । କଟକରେ ମଧ୍ୟ ‘ଇଣ୍ଡିଆ’ ମେଣ୍ଟ ପ୍ରତିବାଦ କରିଛି । କଟକ ନଗର କଂଗ୍ରେସ, ସିପିଏମ, ସିପିଆଇ, ଆମ ଆଦମୀ ପାର୍ଟି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ କଟକ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରରେ ବି.ଜେ.ପି. ସରକାର ୧୪୨ ଜଣ ବିରୋଧୀ ଦଳ ସାଂସଦଙ୍କୁ ଅଗଣତାନ୍ତ୍ରିକ ଭାବେ ସଂସଦରୁ ନିଲମ୍ବନ କରିଛନ୍ତି । ଏହାକୁ ବିରୋଧ କରି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାରତୀୟ ଗଣତନ୍ତ୍ର ଉପରେ କେନ୍ଦ୍ରସରକାରଙ୍କ ଏଭଳି ଆକ୍ରମଣକୁ ସମଗ୍ର ବିଶ୍ବରେ ନିନ୍ଦା କରାଯାଉଛି । କେନ୍ଦ୍ର ସରକାରଙ୍କୁ ପ୍ରତିବାଦ କରି କଂଗ୍ରେସ ଦଳ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ କଟକ ଜିଲ୍ଲାପାଳଙ୍କ ଜରିଆରେ ପ୍ରତିନିଧି ମଣ୍ଡଳ ସ୍ମାରକପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋପ ପ୍ରଦର୍ଶନ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା