Masthead

୧୫ବର୍ଷ ହେବ ସରୁନି ଇନ୍ଦିରା ଆବାସ ନିର୍ମାଣ

ଚନ୍ଦାହାଣ୍ଡି(ବଡ଼ ଖବର ବ୍ୟୁରୋ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଝାଲିଆପଡା ଗ୍ରାମର ସ୍ୱର୍ଗତ ହରିଚନ ଭୁଞ୍ଜିଆଙ୍କ ପରିବାରର ଭାଗ୍ୟରେ ନାହିଁ ସରକାରୀ ଆବାସ । ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍କାଘର ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହା ଏମାନଙ୍କ ପାଇଁ ପ୍ରହସନ ପାଲଟିଛି। ୧୫ବର୍ଷ ତଳେ ହରିଚନଙ୍କୁ ସରକାରଙ୍କ ତରଫରୁ ମିଳିଥିଲା ଇନ୍ଦିରା ଆବାସ । ବତ୍ତମାନ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିନାହିଁ । ହରିଚନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଝାଟିମାଟି ଘରେ ଖୁନ୍ଦାଖୁନ୍ଦି ହୋଇ ଅତି ଦୟନୀୟ ଭାବରେ ଜୀବନ ବିତାଉଛନ୍ତି। ବର୍ଷାଦିନେ ରାତି ଅନିଦ୍ରା  ବେଳେ ଖରାଦିନେ ପଵନ ଭୟରେ ଅନ୍ୟ ଜାଗାରେ ସମୟ କଟାଉଛନ୍ତି । ସରକାରୀ ଆବାସ ପାଇଁ ବାରମ୍ବାର ପଲ୍ଲିସଭାରେ ଆବେଦନ କଲାପରେ ମଧ୍ୟ ଇସିସି ତାଲିକାରେ ନାମ ନାହିଁ କହି ଠକି ଚାଲିଚନ୍ତି ବୋଲି ହରିଚନଙ୍କ ପରିବାର ଲୋକେ କହିଛନ୍ତି । ସରକାରୀ ସାହାଯ୍ୟ କହିଲେ ମାସିକ ୫୦୦ଟଙ୍କା ବିଧବାଭତ୍ତା ଏବଂ ମୁଣ୍ଡପିଛା ୫ କେଜି ହିସାବରେ ୩୦ କେଜି ଚାଉଳ ଦେଇ ପ୍ରଶାସନ ହାତଟେକି ଦେଇଛି । ଜିଲ୍ଲାପାଳ ଏହି ପରିବାର ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାଵି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ