Masthead

ପବଜିକୁ ଭୁଲନ୍ତୁ, ଜାନୁଆରୀ ୨୬ରୁ ଫଉଜି

ଭାରତ-ଚୀନର ସମ୍ବନ୍ଧକୁ ଦୃଷ୍ଟିରେ ରଖି ଭାରତ ଗତ ବର୍ଷ ଏକାଧିକ ଚାଇନିସ ଆପ ବ୍ୟାନ କରିଥିଲା ।
ତେବେ ସବୁଠାରୁ ଲୋକପ୍ରିୟ ଆପ ଥିଲା ‘ଟିକଟକ୍’ ଓ ‘ପବଜି’ । ଭାରତରେ ଗେମିଙ୍ଗ ଆପ ଅନେକ ରହିଛି । ମାତ୍ର ପବଜି ଯୁବପିଢ଼ିଙ୍କ ପକ୍ଷରେ ଅଧକ ଆଦୃତ ହୋଇଥିଲା । ତେବେ ଏହାର ବିକଳ୍ପ ଭାବେ ଅକ୍ଷୟ କୁମାର ଏକ ଗେମିଙ୍ଗ ଆପ ଲଞ୍ଚ କରିଥିଲେ । ଯାହାର ନାମ ଥିଲା ‘ ଫଉଜି ’ । ଏହି ଗେମ୍ ର ଘୋଷଣା ସେହି ସମୟରେ ହୋଇଥିଲା ଯେତେବେଳେ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ହୋଇଥିଲା। ଏବେ ଏହି ଗେମ୍ ର ଲଞ୍ଚିଂ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି। ଜାନୁଆରୀ ୨୬ରେ ଅର୍ଥାତ ଗଣତନ୍ତ୍ର ଦିବସ ଅବସରରେ ଏହି ଗେମକୁ ଲଞ୍ଚ କରାଯିବ।

ଏହି ସ୍ୱଦେଶୀ ଆପର ଦମଦାର ଆନ୍ଥେମ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର । ଏହାସହିତ ଗେମର ପ୍ରି-ରେଜିଷ୍ଟ୍ରେସନ୍ ପାଇଁ ମଧ୍ୟ ଲିଙ୍କ ସେୟାର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ