ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ

ପୁରୀ(ବଡ଼ ଖବର ବ୍ୟୁରୋ) : ଆଜି ପଙ୍କୋଦ୍ଧାରା ଏକାଦଶୀ । ଗୋଟିଏ ଦିନ ପାଇଁ ବାବା ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେବେ । ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । ଆଉ ମାତ୍ର ଗୋଟାଏ ଦିନ ପରେ ପାଳିତ ହେବ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା। ପଙ୍କୋଦ୍ଧାରା ଏକାଦଶୀରେ ବାବା ଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଧରା କାର୍ଯ୍ୟରେ ଶ୍ରଦ୍ଧାର ସହ ସାମିଲ ହୋଇଛନ୍ତି ଅନେକ ଭକ୍ତ । ବର୍ଷସାରା ମହାପ୍ରଭୁ ଲୋକନାଥ ପାଣି ଭିତରେ ବୁଡ଼ି ରହିଥାନ୍ତି । କେବଳ ଆଜି ଗୋଟିଏ ଦିନ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହି କାରଣରୁ ବର୍ଷେକାଳ ଗମ୍ଭୀରାରେ ପଡ଼ିଥିବା ଫୁଲ, ବେଲପତ୍ର, ଓ ପଙ୍କ ଆଦିକୁ ଜାଗର ପୂର୍ବ ଏକାଦଶୀ ଦିନ କଢ଼ା ଯାଇଥାଏ । ତେଣୁ ଏହି ଏକାଦଶୀକୁ ଭକ୍ତମାନେ ପଙ୍କୋଦ୍ଧାର ଏକାଦଶୀ ବୋଲି କହିଥାନ୍ତି ।

ଆଜି ରାତ୍ର ୨ଟାରୁ ବାବା ଲୋକନାଥଙ୍କ ନୀତି ଆରମ୍ଭ ହୋଇଥିବା ବେଳେ ୬ଟାରେ ପଙ୍କୋଦ୍ଧାର ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଜାଗର ଯାତ୍ରା ପାଳିତ ହେବ । ଏହି ଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି କୋଭିଡ କଟକଣା କଡାକଢି ଭାବେ ପାଳନ କରାଯିବ । ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ ହେବେ । ମନ୍ଦିର ଭିତରେ ଭକ୍ତମାନେ କିଭଳି ଲୋକନାଥଙ୍କ ଦର୍ଶନ ପାଇବେ ଏନେଇ ପ୍ରଶାସନ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ନୀତି ନିଘଂଟ ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ