Before Header

ସ୍ୱାଧୀନତାର ୭୫ବର୍ଷରେ ଭାରତର ଅର୍ଥନୀତି

0 38

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆକାରରେ ଭାରତ ବିଶ୍ୱର ସପ୍ତମ ବୃହତ୍ତମ ଦେଶ । ଜନସଂଖ୍ୟାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ପ୍ରତିରକ୍ଷା ବଜେଟରେ ଭାରତ ବିଶ୍ୱର ପଞ୍ଚମ ଦେଶ । ତେବେ ଆଜି ବି ଭାରତରେ ଗରିବ, ଅନାହାର ମୃତ୍ୟୁ ଭଳି ସମସ୍ୟା ରହିଛି । ଦୁର୍ନୀତି, ନିରକ୍ଷରତା ଆଜି ମଧ୍ୟ ଆମଦେଶରେ ରହିଛି । ଆମ ଦେଶରେ ଲୋକେ ଜରୁରୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ । ତେବେ କଥା ହେଉଛି ପୂର୍ବାପେକ୍ଷା ଏ ସମସ୍ୟାର ସ୍ଥିତି କଣ । ଭାରତର ଅର୍ଥବ୍ୟବସ୍ଥା ହେଉଛି ଏକ ବିକାଶଶୀଳ ବ୍ୟବସ୍ଥା ।

ତେବେ ଆପଣଙ୍କ ଜାଣିବା ପାଇଁ ଆମେ ଅର୍ଥନୀତିକୁ ସାଧାରଣରେ ବୁଝାଇଦେବାକୁ ଚାହୁଁ । ଅର୍ଥନୀତି ବ୍ୟବସ୍ଥା ୩ ଭାଗରେ ବିଭକ୍ତ । କ୍ୟାପିଟାଲିଷ୍ଟ, ସୋସିଆଲିଷ୍ଟ ଏବଂ ମିକ୍ସଡ୍ । କ୍ୟାପିଟାଲିଷ୍ଟ ବ୍ୟବସ୍ଥା ଘରୋଇ କ୍ଷେତ୍ରକୁ ବୁଝାଇଥାଏ । ସୋସିଆଲିଷ୍ଟ ହେଉଛି ସରକାରୀ କ୍ଷେତ୍ର ଏବଂ ମିକ୍ସଡ ହେଉଛି ଉଭୟ ସରକାରୀ ଏବଂ ଘରୋଇ ବ୍ୟବସ୍ଥା । ଗୋଟିଏ ସମୟ ଥିଲା ଯେତେବେଳେ ଭାରତର ଅର୍ଥବ୍ୟବସ୍ଥା ସବୁଠାରୁ ଉନ୍ନତ ବ୍ୟବସ୍ଥା ଥିଲ।। ଏହା ପରେ ଦେଶକୁ ମୋଗଲମାନେ ଆସିଥିଲେ । ମୋଗଲଙ୍କ ପରେ ଇଂରେଜ ଭାରତକୁ ଆସିଥିଲା । ଆଉ ଭାରତର ସମସ୍ତ ଧନ ସେମାନେ ଖାଲି କରିଦେଇଥିଲେ ।

୧୯୪୭ରେ ଯେତେବେଳେ ଭାରତ ପାଖରେ କିଛି ନଥିଲା ସେତେବେଳେ ଭାରତ ସ୍ୱାଧୀନ ହେଲା । ସ୍ୱାଧୀନତା ପରେ ଦେଶରେ କୃଷି କ୍ଷେତ୍ରରେ ସବୁଠାରୁ ଅଧିକ ପରିବର୍ତ୍ତନ ଆସିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଭାରତକୁ ଗୋଟିଏ କୃଷ୍ଟି ପ୍ରଧାନ ଦେଶ କୁହାଯାଉଛି । ଜିଡିପିରେ କୃଷି କ୍ଷେତ୍ରରେ ସହଭାଗିତା ୫୦ ପ୍ରତିଶତରୁ ଅଧିକ । ସେତେବେଳେ କୃଷି କ୍ଷେତ୍ରରେ ବ୍ୟାପକ ବିପ୍ଲବ ଯୋଗୁଁ ଦେଶର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିପାରିଥିଲା । ଧୀରେ ଧୀରେ ସମୟ ପରିବର୍ତ୍ତନ ହେଲା । ବିଶ୍ୱ ଶିଳ୍ପାୟନ ଆଡ଼କୁ ଅଗ୍ରସର ହେଲା । ପାଶ୍ଚାତ୍ୟ ଦେଶ ଶିଳ୍ପାୟନକୁ ଗୁରୁତ୍ୱ ଦେଇ ନିଜର ବିକାଶ ଆରମ୍ଭ କରିଦେଇଥିଲେ ।

ଭାରତ ମଧ୍ୟ ଏହାକୁ ଦେଖି ଶିଳ୍ପାୟନ ଆଡ଼କୁ ଅଗ୍ରସର ହେଲା । ଏହା ପରେ ଦେଶରେ ବିଭିନ୍ନ ଜିନିଷ ତିଆରି ହେବା ପରେ ଦେଶର ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆସିଲା । ତେବେ ଭାରତର ଅର୍ଥବ୍ୟବସ୍ଥାର ଉନ୍ନତି ବିଶେଷ କରି ଚାକିରି କ୍ଷେତ୍ରରେ ହିଁ ଆରମ୍ଭ ହୋଇଥିଲା । ଚାକିରି କ୍ଷେତ୍ର ବଢ଼ିବା ଦ୍ୱାରା ହିଁ ଭାରତର ଅର୍ଥବ୍ୟବସ୍ଥା ମଜଭୂତ ହେବା ଆରମ୍ଭ ହେଲା । ଭାରତରେ ଥିବା ବିଭିନ୍ନ କାରଖାନାର ମଧ୍ୟ ଉନ୍ନତି ଆରମ୍ଭ ହୋଇଯାଇଥିଲା । ଭାରତର ଶିଳ୍ପପତି ଧୀରେ ଧୀରେ ବିଶ୍ୱସ୍ତରରେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଦେଇଥିଲେ । ସେତେବେଳର ଏହି ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳୁଛି । ଟିସିଏସ, ଏଚସିଏଲ, ୱିପ୍ରୋ, ଇନଫୋସିସ ଭଳି କମ୍ପାନୀ ଏହାର ଗୋଟିଏ ଗୋଟିଏ ଉଦାହରଣ ।

ସ୍ୱାଧିନତା ପରେ ଭାରତକୁ ଦୁଇଥର ଆର୍ଥିକ ମାନ୍ଦାବସ୍ଥାର ସାମ୍ନାକରିବାକୁ ପଡ଼ିଛି । ୧୯୯୧ ଏବଂ ୨୦୦୮ରେ ଦୁଇଥର ଦେଶ ଆର୍ଥିକ ମାନ୍ଦାବସ୍ଥାର ସାମ୍ନାକରିସାରିଛି । ୧୯୯୧ରେ ହୋଇଥିବା ମାନ୍ଦାବସ୍ଥା ଅନ୍ତରୀଣ କାରଣ ଯୋଗୁଁ ହୋଇଥିଲା । କିନ୍ତୁ, ୨୦୦୮ରେ ବିଶ୍ୱରେ ଦେଖାଦେଇଥିବା ସମସ୍ୟା ଯୋଗୁଁ ଦେଶରେ ମାନ୍ଦାବାସ୍ଥା ଦେଖାଦେଇଥିଲା । ୧୯୯୧ରେ ମାନ୍ଦାବସ୍ଥାର କାରଣ ଥିଲା ଅର୍ଥ ଦେବାରେ ସମସ୍ୟା । ଆମଦାନୀରେ ଅନେକ କମି ଆସିଥିଲା । ଭାରତରେ ଆର୍ଥିକ ନିଅଣ୍ଟ ଦେଖାଦେଇଥିଲା । ସମସ୍ୟା ଏତେ ଥିଲା ଯେ ଭାରତ ପାଖରେ ଟଙ୍କାର ଘୋର ଅଭାବ ଦେଖାଦେଇଥିଲା । ୨୦୦୮ରେ ଯେତେବେଳେ ଦ୍ୱିତୀୟ ଥର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା ସେତେବେଳେ ଅନ୍ୟ ଦେଶର ଅର୍ଥବ୍ୟବସ୍ଥା ଭଳି ତଳକୁ ଖସିଥିଲା ।

ଯଦି ଆମେ ୧୯୪୭ରୁ ୨୦୨୧ ପର୍ଯ୍ୟନ୍ତ ଦେଖିବା ତେବେ ୧୯୯୧ରେ ଦେଶରେ ଉଦାରୀକରଣ ଆରମ୍ଭ ହେଲା । ପୁଣି କିଛି ସମୟ ପାଇଁ ଭାରତ ନିଜ ରାସ୍ତାରୁ ହଟିଯାଇଥିଲା । ତେବେ ଏହାରି ଭିତରେ ୨୦୧୪ର ସାଧାରଣ ନିର୍ବାଚନ ଆସିଲା । ଯେତେବେଳେ ଲୋକେ ଚିନ୍ତା କଲେ ଦେଶର ଅଚ୍ଛେ ଦିନ ଆସିବ । ୨୦୧୪ରୁ ୨୦୧୮ ବିଶ୍ୱର ଅର୍ଥନୀତିରେ ଏକ ବିକାଶଶୀଳ ଅର୍ଥନୀତି ପାଲଟିଥିଲା । ୨୦୧୯ରେ ଭାରତରେ ଅର୍ଥନୀତିରେ ସାମାନ୍ୟ ମାନ୍ଦାସ୍ଥିତି ଦେଖାଦେଲା ।

ଲଗାତର ୬ଟି କ୍ୱାର୍ଟରରେ ଭାରତର ଜିଡିପି ଗ୍ରୋଥ କମିଥିଲା । ଆଉ ଯେତେବେଳେ ୭ମ କ୍ୱାର୍ଟର ଗ୍ରୋଥ ରେଟ୍ ହଠାତ୍ ବୃଦ୍ଧି ପାଇ ୪.୫ରୁ ୪.୭ରେ ପହଞ୍ଚିଥିଲା । ଆଉ ଠିକ୍ ଏତିକି ବେଳକୁ ସାରା ବିଶ୍ୱରେ କରୋନା ମହାମାରୀ ଦେଖାଦେଲା ଆଉ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଲା । ୨୦୦୨ରେ ଭାରତର ଅର୍ଥବ୍ୟବସ୍ଥା ୫୦୦ ବିଲିୟନ ଡଲାର ଥିଲା ୨୦୦୭ରେ ୧ ଟ୍ରିଲିୟନ ଡଲାର ଏବଂ ୨୦୧୫ରେ ୨ ଟ୍ରିଲିୟନ ଡଲାର ଥିଲା ।

ଆଉ ବର୍ତ୍ତମାନ ଭାରତର ଅର୍ଥବ୍ୟବସ୍ଥା ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି । ୨୦୧୯-୨୦ରେ ଜିଡିପି ୫ପ୍ରତିଶତ, ୨୦୨୦-୨୧ରେ ଜିଡିପି ୧.୯, ୨୦୨୧-୨୨ରେ ଜିଡିପି ଗ୍ରୋଥ ୭.୪ ରହିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ଯେଉଁ ଭଳି ଭାବେ ସ୍ଥିତି ରହିଛି ତେବେ ଏହା କେତେ ଦୂର ହାସଲ ହେବ ତାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଆଉ ଗତ ୭୫ ବଲର୍ଷରେ ଆମେ ୨ ଥର ମାନ୍ଦାବସ୍ଥାର ସାମ୍ନା କରିଛେ ଆଗାମୀ ଦିନରେ ମାନ୍ଦାବସ୍ଥା ନେଇ ମଧ୍ୟ ସଙ୍କେତ ମିଳିସାରିଛି । ତେବେ ଏବେଠାରୁ ସତର୍କ ହେଲେ ହିଁ ଏହାକୁ ମାତ ଦେଇପାରିବା ।

Leave A Reply

Your email address will not be published.