Masthead

ଫିଲ୍ମ କରିବାକୁ ମନା କରିଥିଲେ ମନୋଜ ଜବାବ ଦେଲେ ସନଲିସା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସନଲିସା ବନାମ ମନୋଜ ମିଶ୍ର । ମନୋଜ ମିଶ୍ର ହେଉଛନ୍ତି ମାଇଣ୍ଡଗେମ ଚଳଚ୍ଚିତ୍ରର କଳାକାର, ସନଲିସା ହେଉଛନ୍ତି ପ୍ରଥା ଫିଲ୍ମର ପ୍ରଡ୍ୟୁସର । ଉଭୟଙ୍କ ଭିତରେ ଲଢେଇ ଦେଖିବାକୁ ମିଳିଛି କଥା ଏଭଳି ହୋଇଛି ସନଲିସା ଯିଏ ପଶ୍ଚିମ ଓଡ଼ିଶାର ଝିଅ ତାଙ୍କ ଫିଲ୍ମର ପୋଷ୍ଟର ପଶ୍ଚିମ ଓଡ଼ିଶାରେ ଚିରା ଯାଇଛି । ଆଉ ମନୋଜ ମିଶ୍ର ପ୍ରରୋଚନାରେ ବୋଲି ଅଭିଯୋଗ କରି ସେ ଥାନାକୁ ଯାଇଛନ୍ତି । ଯେତେବେଳେ ବଡ଼ ଖବରରେ ଉଭୟ ମୁହାଁମୁହିଁ ହେଲେ ମନୋଜ ମିଶ୍ର କହିଲେ ସନଲିସା ମୋତେ ପ୍ରଥା ଫିଲ୍ମରେ କାମ କରିବାକୁ ଅଫର ଦେଇଥିଲେ ।

କିନ୍ତୁ ମୁଁ ମନା କରିଦେଲି । କାରଣ ମୁଁ ସେଭଳି ନ୍ୟାସନାଲ ଲେବଲର ଫିଲ୍ମ ନହେଲେ କାମ କରେନି ବୋଲି ନିଷ୍ପତ୍ତି ନେଇଛି । ଆଉ ପ୍ରଥା ଟ୍ରେଲର ଦେଖି ଲାଗିଲା ନାହିଁ, ୟେ ଗୋଟେ ସେହି ଲେବଲର ଫିଲ୍ମ ବୋଲି । ଆଉ ଯାହାର ଜବାବ ଦେଇଛନ୍ତି ସନଲିସା । ସେ କହିଛନ୍ତି ମୋ ଫିଲ୍ମ ଟ୍ରେଲର ଦେଖି ସେ ଜାଣି ନେଲେ, ତାଙ୍କ ଫିଲ୍ମ ତ ବହୁତ ବଡ଼ । ଯାହା କେବଳ ଓଡ଼ିଶା ନୁହେଁ ବଲିଉଡ ଆଉ ବାହାର ବିଦେଶ କୋଉ କୋଉ ଲ୍ୟାଣ୍ଡରେ ସବୁଠି ରିଲିଜ ହେଉଛି । ଏଭଳି କହି କଡ଼ା ଜବାବ ଦେଲେ ସନଲିସା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା