Masthead

ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମୋଟରସାଇକେଲରେ ଗଞ୍ଜେଇ ଚାଲାଣ ସମୟରେ ଧରାପଡ଼ିଲେ ଦୁଇ ଯୁବକ । କ୍ୟୁଏଟି ଏବଂ ଖଣ୍ଡଗିରି ପୋଲିସର ମିଳିତ ଉଦ୍ୟମରେ ଏହି ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ଆଜି ଅପରାହ୍ନରେ ଖଣ୍ଡଗିରି ଥାନା ଅର୍ନ୍ତଗତ ବରମୁଣ୍ଡା ଦୁର୍ଗା ମଣ୍ଡପ ପାଖରୁ ଏହି ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ, ଏହି ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜିତେନ୍ଦ୍ର ବେଜ(୩୨), ପିତା-ସ୍ୱର୍ଗତ ରଘୁନାଥ ବେଜ, ଭାଗବତପୁର, ଟାଙ୍ଗୀ, କଟକ ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟଜଣେ ହେଉଛନ୍ତି ମନୋଜ(୨୧), ପିତା-ସ୍ୱର୍ଗତ କେ. ରାବଣ, ତଳସାହି, ସିମିଲିଗୁଡ଼ା, କୋରାପୁଟ ଅଞ୍ଚଳର । ଯାଞ୍ଚ ସମୟରେ ୩୦.୪୦୦କେ.ଜି. ଗଞ୍ଜେଇ ସହିତ ୧୫୦୦ ଟଙ୍କା, ଗୋଟିଏ ହୋଣ୍ଡା ମୋଟର ସାଇକେଲ ସମେତ ଦୁଇଟି ସେଲ ଫୋନ ଜବତ କରିଛି ଖଣ୍ଡଗିରି ପୋଲିସ । ସେମାନଙ୍କ ବିରୁଦ୍ଧରେ କେସ ନମ୍ବର ୬୦୭, ୟୁ/ଏସ-୨୦(ବି)(ଆଇଆଇ)(ସି) ଏନଡ଼ିପିଏସ ଆଇନ ଅନୁଯାୟୀ ଏସଆଇ ଏମଡ଼ି ଯାସମେଦ ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା