ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମୋଟରସାଇକେଲରେ ଗଞ୍ଜେଇ ଚାଲାଣ ସମୟରେ ଧରାପଡ଼ିଲେ ଦୁଇ ଯୁବକ । କ୍ୟୁଏଟି ଏବଂ ଖଣ୍ଡଗିରି ପୋଲିସର ମିଳିତ ଉଦ୍ୟମରେ ଏହି ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ଆଜି ଅପରାହ୍ନରେ ଖଣ୍ଡଗିରି ଥାନା ଅର୍ନ୍ତଗତ ବରମୁଣ୍ଡା ଦୁର୍ଗା ମଣ୍ଡପ ପାଖରୁ ଏହି ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ, ଏହି ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜିତେନ୍ଦ୍ର ବେଜ(୩୨), ପିତା-ସ୍ୱର୍ଗତ ରଘୁନାଥ ବେଜ, ଭାଗବତପୁର, ଟାଙ୍ଗୀ, କଟକ ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟଜଣେ ହେଉଛନ୍ତି ମନୋଜ(୨୧), ପିତା-ସ୍ୱର୍ଗତ କେ. ରାବଣ, ତଳସାହି, ସିମିଲିଗୁଡ଼ା, କୋରାପୁଟ ଅଞ୍ଚଳର । ଯାଞ୍ଚ ସମୟରେ ୩୦.୪୦୦କେ.ଜି. ଗଞ୍ଜେଇ ସହିତ ୧୫୦୦ ଟଙ୍କା, ଗୋଟିଏ ହୋଣ୍ଡା ମୋଟର ସାଇକେଲ ସମେତ ଦୁଇଟି ସେଲ ଫୋନ ଜବତ କରିଛି ଖଣ୍ଡଗିରି ପୋଲିସ । ସେମାନଙ୍କ ବିରୁଦ୍ଧରେ କେସ ନମ୍ବର ୬୦୭, ୟୁ/ଏସ-୨୦(ବି)(ଆଇଆଇ)(ସି) ଏନଡ଼ିପିଏସ ଆଇନ ଅନୁଯାୟୀ ଏସଆଇ ଏମଡ଼ି ଯାସମେଦ ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!